ଭାରତ ସାମ୍ନାରେ ଆମେ ଅତି ନଗଣ୍ୟ: ମାଲେସିଆ ପ୍ରଧାନମନ୍ତ୍ରୀ

ଲାଙ୍ଗ୍‌କାଏ: ଭାରତର ବିଶାଳ ବଜାର ଆଗରେ ଆମେ ଅତି ନଗଣ୍ୟ। ଭାରତର ସାମାନ୍ୟତମ କ୍ଷତି ପହଞ୍ଚାବାରେ ଆମେ ଅସମର୍ଥ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର୍‌ ମହମ୍ମଦ କହିଛନ୍ତି। ସୂଚନାଯୋଗ୍ୟ, ମାଲେସିଆରୁ ଖାଇବା ପାମ୍‌ ତେଲ ଆମଦାନି କରିବାରେ ଭାରତ ସବୁଠୁ ବଡ଼ କ୍ରେତା ଥିଲା। ମାତ୍ର, କେତେକ ରାଜନୈତିକ କାରଣରୁ ଭାରତ ମାଲେସିଆରୁ ପାମ୍‌ ତେଲ ଆମଦାନି ବନ୍ଦ କରିଦେଇଛି। ସିଏଏକୁ ବିରୋଧରେ ମାଲେସିଆ ଟିପ୍ପଣୀ ଦେବାରୁ ଭାରତ ସରକାର କ୍ଷୁବ୍‌ଧ ହୋଇଥିଲେ। ଏହା ସହିତ ଇସ୍‌ଲାମ୍‌ ଧର୍ମ ପ୍ରଚାରକ ଜାକିର ନାଏକକୁ ମାଲେସିଆ ସ୍ଥାୟୀ ବାସିନ୍ଦାର ମାନ୍ୟତା ଦେଇଥିବାରୁ ନୂଆଦିଲ୍ଲୀ ସନ୍ତୁଷ୍ଟ ନାହିଁ। ତେବେ ଭାରତ-ମାଲେସିଆ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମହାଥିର୍‌ କହିଛନ୍ତି।

ସମ୍ବନ୍ଧିତ ଖବର