କୁଆଲାଲାମ୍ପୁର : ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମଦ ଆଜି ଇସ୍ତଫା ଦେଇଛନ୍ତି। ବିଶ୍ବର ସବୁଠୁ ବୟସ୍କ ୯୪ ବର୍ଷୀୟ ପ୍ରଧାନମନ୍ତ୍ରୀ ମହମଦ ଆଜି ମାଲେସିଆର ରାଜାଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ମାଲେସିଆର ରାଜା ମହାଥିରଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ନେଇଛନ୍ତି ବୋଲି ମାଲେସିଆର ମୁଖ୍ୟ ସଚିବ ମହମ୍ମଦ ଜୁକି ଅଲ୍ଲୀ କହିଛନ୍ତି। ତେବେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତି ହେବାଯାଏ ମହାଥିର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ ବୋଲି ଜଣାପଡ଼ିଛି। ମହାଥିରଙ୍କ ମେଣ୍ଟ ସରକାରରୁ କେତେ ଜଣ ସଦସ୍ୟ ସମର୍ଥନ ପ୍ରତ୍ୟାହାର କରିନେବାରୁ ମହାଥିରଙ୍କ ସରକାର ଭାଙ୍ଗି ଯାଇଛି। ଏହା ଫଳରେ ମହାଥିରଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି।
ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା
/sambad/media/post_attachments/wp-content/uploads/2020/02/malaysia-prime-minister-resigns.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)