ଲକ୍‌ଡାଉନ୍‌ କୋହଳ ହେବା ପରେ ଖୋଲିଲା ସୋ’ ରୁମ୍‌; ଦେଖନ୍ତୁ ସାମଗ୍ରୀଗୁଡ଼ିକର କିଭଳି ଅବସ୍ଥା ହୋଇଛି

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବ ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ବି ଏହି କରୋନା ଭାଇରସ୍‌ ଚେନ୍‌କୁ ଭାଙ୍ଗିବା ପାଇଁ ବିଭିନ୍ନ ପ୍ରକାର ପ୍ରକ୍ରିୟାମାନ ଆପଣାଇ ଚାଲିଛନ୍ତି। କରୋନା ସଂକ୍ରମଣ କାରଣରୁ ଏବେ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି । ଏହି କାରଣରୁ ସ୍କୁଲ, କଲେଜ, ଜିମ୍ ଓ ମଲ୍‌ ଆଦି ବନ୍ଦ ରହିଛି। ଲୋକମାନେ ଜରୁରୀ ସାମଗ୍ରୀକୁ ଛାଡ଼ି ଦେଲେ ମଲରୁ ଅନ୍ୟସବୁ ସାମଗ୍ରୀକୁ କ୍ରୟ କରି ପାରୁ ନାହାନ୍ତି। ଯେଉଁ କାରଣରୁ ପୋଷାକ, ଜୋତା, ବ୍ୟାଗ ଆଦି ବିକ୍ରି ହେଉଥିବା ସାମଗ୍ରୀଗୁଡ଼ିକର ସୋ’ ରୁମ୍‌ ବନ୍ଦ ହୋଇ ରହିଛି।

No photo description available.

ନିକଟରେ ସୋସିଆଲ ମିଡିଆରେ ଏକ ସୋ’ ରୁମ୍‌ ଭିତରର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଟି ମାଲେସିଆରେ ଥିବା ଏକ ସୋ’ ରୁମର ବୋଲି ଦାବି କରାଯାଉଛି। ଏହି ସୋ’ ରୁମ୍‌ଟି ଦୁଇମାସ ପରେ ଖୋଲିଥିବା କୁହାଯାଉଛି। ଦୁଇମାସ ପରେ ଖୋଲିଥିବା ଏହି ସୋ’ ରୁମ୍‌ ଭିତରର ଫଟୋକୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି।

ଏହି ଫଟୋରେ ଦେଖିବାକୁ ମିଳୁଛି, ସୋ’ ରୁମ୍‌ ଭିତରେ ଥିବା ଚମଡ଼ାର ଅଧିକାଂଶ ଜିନିଷ ନଷ୍ଟ ହୋଇଯାଇଛି। ଜୋତା ଓ ଚମଡ଼ା ବ୍ୟାଗ ଆଦି ସାମଗ୍ରୀ  ଫିମ୍ପି ମାରି ଯାଇଛି। ଫଟୋକୁ ଫେସ୍‌ବୁକ୍‌ରେ Nex Nezeum ନାମକ ବ୍ୟକ୍ତି ମଇ ୧୦ରେ ସେୟାର କରିଛନ୍ତି। ସେ ଏହି ଫଟୋକୁ ସେୟାର କରିବା ସହିତ ଲେଖିଛନ୍ତି, ‘ଦୋକାନ ଖୋଲିବାର କୌଣସି ଲାଭ ନାହିଁ…କାରଣ ଗତ ୨ମାସ ହେବ ସୋ’ ରୁମ୍‌ ବନ୍ଦ ଥିବା ହେତୁ, ଦୋକାନ ଭିତରେ ରଖା ଯାଇଥିବା ସମସ୍ତ ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି।

Image may contain: shoes

ଉଲ୍ଲେଖଯୋଗ୍ୟ, ମାଲେସିଆରେ ମାର୍ଚ୍ଚ ୧୮ରୁ ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା। ଲକ୍‌ଡାଉନ୍‌କୁ ଏବେ ସେଠାରେ ସାମାନ୍ୟ କୋହଳ କରାଯାଇଛି। ଏହି କୋହଳ ହେବା ପରେ ଦୁଇମାସ ହେବ ବନ୍ଦ ଥିବା ଦୋକାନ, ମଲ ଆଦି ଖୋଲା ଯାଇଛି।

ତେବେ ଏତେ ଦିନ ହେବ ସୋ’ରୁମ୍‌ ଭିତରେ ଏସି ବନ୍ଦ ଥିବା ସହିତ ସଠିକ୍‌ ଯତ୍ନ ନିଆଯାଇ ନ ପାରିବାରୁ ସେଠାରେ ଥିବା ସମସ୍ତ ସାମଗ୍ରୀ ଫିମ୍ପି ମାରି ନଷ୍ଟ ହୋଇଯାଇଥିବା ଲୋକମାନେ କହୁଛନ୍ତି।

ସମ୍ବନ୍ଧିତ ଖବର