ପୂର୍ବତନ ମିସ୍‌ ମସ୍‌କୋଙ୍କୁ ତିନ୍‌ ତଲାକ୍‌ ଯୋଗେ ଛାଡ଼ପତ୍ର ଦେଲେ ମାଲୟେସିଆର ପୂର୍ବତନ ରାଜା

କୁଆଲା ଲମ୍ପୁର୍‌: ବିବାହ ଖବର ପ୍ରକାଶ ପାଇବାର ମାତ୍ର କିଛି ମାସ ପରେ ମାଲୟେସିଆର ପୂର୍ବତନ ରାଜା ରୁଷ୍‌ର ପୂର୍ବତନ ମିସ୍‌ ମସ୍‌କୋଙ୍କୁ ଛାଡ଼ପତ୍ର ଦେଇଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି।

କିନ୍ତୁ, ପୂର୍ବତନ ମିସ୍‌ ମସ୍କୋ କହିଛନ୍ତି ଯେ ସୁଲ୍‌ତାନ୍‌ ମହମ୍ମଦ୍‌ ପଞ୍ଚମ ଏବେ ମଧ୍ୟ ତାଙ୍କ ସ୍ୱାମୀ। ସେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ଫଟୋ ପୋଷ୍ଟ୍‌ କରୁଛନ୍ତି।

ଗତବର୍ଷ ସେ ଅସୁସ୍ଥତା ଜନିତ ଛୁଟିରେ ଥିବା ବେଳେ ତାଙ୍କର ବିବାହ ଖବର ପ୍ରକାଶ ପାଇଥିଲା। ସେଥିଯୋଗୁଁ ଦୁଇ ବର୍ଷ ସିଂହାସନରେ ବସିଥିବା ସୁଲ୍‌ତାନ୍‌ ଜାନୁଆରି ମାସରେ ମାଲୟେସିଆର ରାଜପଦରୁ ଓହରି ଯାଇଥିଲେ।

Image Source: NDTV

୨୦୧୯ ଜୁନ୍‌ ୨୨ ତାରିଖ ଦିନ ସାରିଆ ନିମୟ ଅନୁସାରେ ତିନ୍‌ ତଲାକ୍‌ ଦେଇ ସୁଲ୍‌ତାନ୍‌ ପୂର୍ବତନ ମିସ୍‌ ମସ୍କୋ ରିହାନା ଓକ୍ସାନା ଗୋର୍‌ବାତେଙ୍କୋଙ୍କୁ ଛାଡ଼ପତ୍ର ଦେଇଛନ୍ତି ବୋଲି ସିଙ୍ଗାପୁରସ୍ଥିତ ତାଙ୍କ ଓକିଲ କୋ ସିଏନ୍‌ ହୁଆ ଏକ ବିବୃତିରେ କହିଛନ୍ତି।

ଉତ୍ତରପୂର୍ବ ମାଲୟେସିଆ ରାଜ୍ୟ କେଲାଣ୍ଟାନ୍‌ର ଏକ ଇସ୍‌ଲାମୀୟ ଅଦାଲତ ଛାଡ଼ପତ୍ର ସାର୍ଟିଫିକେଟ୍‌ ଇସ୍ୟୁ କରିଛନ୍ତି।

କିନ୍ତୁ ରିହାନା କହିଛନ୍ତି କି, ପ୍ରତ୍ୟକ୍ଷଭାବେ ତାଙ୍କୁ କୌଣସି ଛାଡ଼ପତ୍ର ଦିଆଯାଇଥିବା କଥା ସେ ଶୁଣି ନାହାନ୍ତି।

ସମ୍ବନ୍ଧିତ ଖବର