ମାଳଦ୍ୱୀପକୁ ଭାରତର ଶିକ୍ଷା:ଜାତିସଂଘରେ ସମର୍ଥନ କଲାନି

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ପାଇଁ ନିକଟରେ ହୋଇଥିବା ନିର୍ବାଚନରେ ଭାରତ ମାଳଦ୍ୱୀପକୁ ସମର୍ଥନ କରିନାହିଁ। ନିର୍ବାଚନ ଦୌଡ଼ରେ ଥିବା ଇଣ୍ଡୋନେସିଆ ଓ ମାଳଦ୍ୱୀପ ମଧ୍ୟରୁ ଭାରତ ଇଣ୍ଡୋନେସିଆକୁ ସମର୍ଥନ ଜଣାଇଛି। ମାଳଦ୍ୱୀପ ଲଗାତାର ଭାବେ ଭାରତର ସମର୍ଥନ ଥିବା ଦାବି କରି ଆସୁଥିଲେ ହେଁ, ଭାରତ ମାଳଦ୍ୱୀପ ବିରୋଧରେ ମତଦାନ କରିଥିବା ଜଣାପଡ଼ିଛି। ତେବେ ଭାରତ ମହାସାଗରୀୟ ପଡ଼ୋଶୀ ଦେଶ ମାଳଦ୍ୱୀପକୁ ଏକ ଶିକ୍ଷା ଦେବା ପାଇଁ ଭାରତ ଏଭଳି କରିଥିବା ଚର୍ଚ୍ଚା ହେଉଛି। ମାଳଦ୍ୱୀପ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ ଭାରତ ମହାସାଗରରେ ଭାରତର ସୁରକ୍ଷା ବିରୋଧରେ କାର୍ଯ୍ୟ କରୁଛନ୍ତି। ରାଷ୍ଟ୍ରପତି ୟାମିନଙ୍କ ଏଭଳି ଆଚରଣ ପାଇଁ ଭାରତ ତାଙ୍କୁ ଏକ ଶିକ୍ଷା ଦେବା ନିମନ୍ତେ ଜାତିସଂଘରେ ସମର୍ଥନ କରିନଥିବା ଜଣାପଡ଼ିଛି। ଗତ ୮ ତାରିଖରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ପାଇଁ ନିର୍ବାଚନ ହୋଇଥିଲା।

ସମ୍ବନ୍ଧିତ ଖବର