ମାଲେ: ନିକଟରେ ଅନୁଷ୍ଠିତ ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ମଧ୍ୟ ଦେଶର ରାଷ୍ଟ୍ରପତି ଅବ୍ଦୁଲ୍ଲା ୟାମିନ୍ ନିଜ ପରାଜୟକୁ ଗ୍ରହଣ କରିପାରୁ ନାହାନ୍ତି। ପରାଜୟକୁ ଏଡ଼ାଇବା ପାଇଁ ସେ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଶୀଘ୍ର ଲିଭିଯାଉଥିବା କାଳୀ ଏବଂ ସ୍ବତନ୍ତ୍ର ବ୍ୟାଲଟ୍ ପେପର୍ ଯୋଗୁ ବିରୋଧୀ ପ୍ରାର୍ଥୀ ଇବ୍ରାହିମ୍ ମହମ୍ମଦ ସୋଲିହ ବିଜୟୀ ହୋଇଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ନିର୍ବାଚନ ପରେ ୟାମିନ୍ ତାଙ୍କ ପରାଜୟ ସ୍ବୀକାର କରିଥିଲେ। ତାଙ୍କ କାର୍ଯ୍ୟକାଳ ନଭେମ୍ବର ୧୭ରେ ଶେଷ ହେଉଥିବା ବେଳେ ଗତ ସପ୍ତାହରେ ସେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଭୋଟ୍ ଫଳାଫଳକୁ ବାତିଲ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
ମାଳଦ୍ବୀପ ନେତା ୟାମିନ୍ଙ୍କ ଅଭିଯୋଗ:ଅଦୃଶ୍ୟ କାଳୀ ଯୋଗୁ ନିର୍ବାଚନ ହାରିଲୁ
/sambad/media/post_attachments/wp-content/uploads/2018/10/abdulah-yamin-claim.jpg)