ଭାରତ ଛଡା ଆଉ କାହା ସହିତ ସାମରିକ ସଂପର୍କ ରଖିବ ନାହିଁ ମାଳଦ୍ୱୀପ : ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ମହାସାଗରୀୟ ଦ୍ୱୀପ ଦେଶ ମାଳଦ୍ୱୀପ ଓ ଭାରତମଧ୍ୟରେ ଗତ ବର୍ଷ ଥିବା ତିକ୍ତତା ଏବେ ଦୂର ହୋଇଛି । ଭାରତ ଛଡା ଆଉ କାହା ସହ ସାମରିକ ସଂପର୍କ ରଖିବାର ଆବଶ୍ୟକତା ନାହିଁ ବୋଲି ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ମାରିଆ ଦିଦି କହିଛନ୍ତି । ମାରିଆ ଦିଦି ହେଉଛନ୍ତି ମାଳଦ୍ୱୀପର ପ୍ରଥମ ମହିଳା ପ୍ରତିରକ୍ଷାମନ୍ତ୍ରୀ ଯିଏକି ଏବେ ଭାରତ ଗ୍ରସ୍ତରେ ଅଛନ୍ତି । ତାଙ୍କ ସହିତ ମାଳଦ୍ୱୀପର ସେନାମୁଖ୍ୟ ମେଜର ଜେନେରାଲ ଅବଦୁଲ୍ଲା ସାମଲ ରହିଛନ୍ତି । ଏହି ଗ୍ରସ୍ତ ଅବସରରେ ସେ ଭାରତର ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ପ୍ରତିରକ୍ଷା ସଚିବ ସଂଜୟ ମିତ୍ର ଙ୍କ ସହ ଆଲୋଚନା କରିଥିଲେ ।

ଗତ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ ଅମଳରେ ଦୁଇଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା । ଏପରିକି ଭାରତ ମାଳଦ୍ୱୀପକୁ ଦେଇଥିବା ଦୁଇଟି ଧ୍ରୁବ ହେଲିକାପ୍ଟର ଫେରାଇ ନେବାକୁ ଗତ ବର୍ଷ ଏପ୍ରିଲମାସରେ ମାଳଦ୍ୱୀପ ସରକାର କହିଥିଲେ । ଭାରତ ମଧ୍ୟ ଏଥିଲାଗି ପ୍ରକ୍ରିୟା ଆରମ୍ଭ କରିଦେଇଥିଲା । କିନ୍ତୁ ମଏବେ ଉଭୟ ଦେଶ ମଧ୍ୟ କୂଟନୈତିକ ସ୍ତରରେ କଥାବାର୍ତ୍ତାପରେ ଏହି ଦୁଇଟି ହେଲିକାପ୍ଟରକୁ ରଖିବା ପାଇଁ ମାଳଦ୍ୱୀପ ରାଜି ହୋଇଛି । ମାଳଦ୍ୱୀପର ନବନିଯୁକ୍ତ ପ୍ରତିରକ୍ଷାମନ୍ତ୍ରୀ ମାରିୟା ଦିଦି ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆମର ସଂସ୍କୃତି ଏହା ନୁହେଁ ଯେ ଏକ ବନ୍ଧୁରାଷ୍ଟ୍ରଠାରୁ ଅଣାଯାଇଥିବା ଉପହାର ଫେରସ୍ତ ଦେଇଦେବୁ ।

ସମ୍ବନ୍ଧିତ ଖବର