ବେଜିଂ: ମାଳଦ୍ୱୀପର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କର ପ୍ରଥମ ଚୀନ୍ ଗସ୍ତରେ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ନିକଟରେ କରିଥିବା ଭାରତ ଗସ୍ତ ଏବଂ ତାଙ୍କ ଦେଶର ପର୍ଯ୍ୟଟନ ନିର୍ଭରଶୀଳ ଅର୍ଥନୀତି ପାଇଁ ଭାରତର ମହତ୍ତ୍ବ ବିଷୟରେ କହିଛନ୍ତି। ୧୫ ତମ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ଡାଲିୟାନରେ ପହଞ୍ଚିଥିବା ମାଲଦ୍ୱୀପ ଅର୍ଥନୈତିକ ବିକାଶ ତଥା ବାଣିଜ୍ୟ ମନ୍ତ୍ରୀ ମହମ୍ମଦ ସଇଦ ଏକ ଟିଭି ସାକ୍ଷାତକାରରେ କହିଛନ୍ତି ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଛନ୍ତି ଭାରତ ଆମର ନିକଟତମ ପଡ଼ୋଶୀ।

Advertisment

ମନ୍ତ୍ରୀ କହିଛନ୍ତି ଯେ ଭାରତ ଏବଂ ମାଳଦ୍ୱୀପର ଦୀର୍ଘ ଦିନର ସମ୍ପର୍କ ରହିଛି। ବିଶେଷ କରି ପର୍ଯ୍ୟଟନ ଦୃଷ୍ଟିରୁ ଭାରତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେଇଥିବାବେଳେ ସେ କହିଛନ୍ତି ମାଳଦ୍ୱୀପରେ ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରରେ ଭାରତର ବହୁ ବିନିଯୋଗ ରହିଛି।

ବାସ୍ତବରେ, ନୂଆଦିଲ୍ଲୀରୁ ଘରକୁ ଫେରିବା ପରେ ରାଷ୍ଟ୍ରପତି ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା କାର୍ଯ୍ୟକ୍ରମରେ ତାଙ୍କ ସରକାରୀ ଗସ୍ତକୁ ମାଳଦ୍ୱୀପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ବର୍ଣ୍ଣନା କରିଥିଲେ। ମହମ୍ମଦ ମୁଇଜ୍ଜୁ ଆହୁରି ମଧ୍ୟ କହିଥିଲେ ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ମାଳଦ୍ୱୀପ ଏବଂ ମାଳଦ୍ୱୀପ ନାଗରିକଙ୍କ ପାଇଁ ସମୃଦ୍ଧତା ଆଣିବ ଏବଂ ଭବିଷ୍ୟତରେ ସଫଳ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ସେ ଆଶା ବ୍ୟକ୍ତ କରିଥିଲେ।