ନୂଆଦିଲ୍ଲୀ: ମାଲେଗାଓଁ ବି‌ସ୍ଫୋରଣ ମାମଲାରେ ଏନ୍‌ଆଇଏ କୋର୍ଟଙ୍କ ଦ୍ବାରା ଦୋଷମୁକ୍ତ ହୋଇଥିବା ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଆଜି ଏକ ବଡ଼ ଦାବି କରିଛନ୍ତି। ପ୍ରଜ୍ଞା ସିଂହ ଠାକୁର କହିଛନ୍ତି, ମାଲେଗାଓଁ ବିସ୍ଫୋରଣ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁ ନେବାପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା। ଏଥିପାଇଁ ତାଙ୍କୁ ଅତି କଠୋର ନିର୍ଯାତନା ଦିଆଯାଇଥିଲା।  ଯେଉଁମାନଙ୍କର ନାଁ କହିବାକୁ ପ୍ରଜ୍ଞାଙ୍କୁ ବାଧ୍ୟ କରାଯାଇଥିଲା ସେ ସମସ୍ତ ନାଁ ସେ ଲିଖିତ ଭବେ ଦେଇଥିବା କହିଛନ୍ତି।

Advertisment

ସାମ୍ବାଦିକଙ୍କୁ ଦେଇଥିବା ଟିପ୍ପଣୀରେ ସାଧ୍ବୀ ପ୍ରଜ୍ଞା କହିଛନ୍ତି, ତଦନ୍ତକାରୀ ଅଧିକାରୀ ତାଙ୍କୁ ମୋଦୀ, ଯୋଗୀଙ୍କ ସମେତ ଅନ୍ୟ କିଛି ନାଁ ନେବାପାଇଁ ବାଧ୍ୟ କରିଥିଲେ। ସେମାନଙ୍କ ନାଁ କହିବା ପର୍ଯ୍ୟନ୍ତ ସେମାନେ ତାଙ୍କୁ ଯନ୍ତ୍ରଣା ଦେବା ଜାରି ରଖିବେ ବୋଲି କହିଥିଲେ।    ପ୍ରଜ୍ଞା କହିଛନ୍ତି, ସେମାନେ ତାଙ୍କୁ ବେଆଇନ ଭାବେ ୧୩ ଦିନ ରଖିଥିଲେ କିନ୍ତୁ   ହାଜତରେ  ୨୪ ଦିନ ଧରି ନିର୍ଯାତନା ଦିଆଯାଇଥିଲା। ଏହା କଂଗ୍ରେସ ଦ୍ବାରା ଏକ ବହୁତ ବଡ଼ ଷଡ୍‌ଯନ୍ତ୍ର ଥିଲା ଏବଂ ଏବେ ଏହାର ପର୍ଦ୍ଦାଫାସ ହୋଇଛି। ଏହି ମାମଲାରେ ‘ଗେରୁଆ, ସନାତନ ଓ ରାଷ୍ଟ୍ର’ର ବିଜୟ ‌ହୋଇଛି ବୋଲି ସେ କହିଛନ୍ତି।  ପ୍ରଜ୍ଞା କହିଛନ୍ତି, ମୋତେ ଅନେକ ଜଟିଳ ସ୍ଥିତି ସାମ୍ନା କରିବାକୁ ପଡ଼ିବ। କିନ୍ତୁ  ଭବିଷ୍ୟତରେ ମୁଁ ଦେଶପାଇଁ ସବୁକିଛି କରିପାରିବି। କଂଗ୍ରେସ ସର୍ବଦା ଆତଙ୍କବାଦୀଙ୍କ ପାଇଁ ସମ୍ମାନଜନକ ଶବ୍ଦ ବ୍ୟବହାର କରେ। ଏହା କେବେ ବି ଦେଶକୁ ଭଲପାଇ ପାରିବ ନାହିଁ।  ଉଲ୍ଲେଖଯୋଗ୍ୟ, ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲା‌ରେ ଗୁରୁବାର ଏନ୍‌ଆଇଏ ସ୍ବତନ୍ତ୍ର କୋର୍ଟ ସମସ୍ତ ସାଧ୍ବୀ ପ୍ରଜ୍ଞାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି।