ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଯୁକ୍ତିକୁ ସବୁବେଳେ ସମର୍ଥନ କରୁଥିବା ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀର ମହମ୍ମଦ ସୋମବାର ଅଚାନକ ଇସ୍ତଫା ଦେଇଛନ୍ତି | ଏହା ପରେ ମାଲେସିଆରେ ନୂଆ ସରକାର ଗଠନ ହେବା ନେଇ ସ୍ପଷ୍ଟ ହୋଇଛି | ୯୪ ବର୍ଷୀୟ ପ୍ରଧାନମନ୍ତ୍ରୀ ମହାତୀର ଆଜି ସକାଳ ୫ଟା ସମୟରେ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ | ରବିବାର ଦିନ ଚର୍ଚ୍ଚା ହୋଇଥିଲା ଯେ ଖୁବ ଶୀଘ୍ର ମହାତୀର ନୂଆ ଦଳ ଗଠନ କରିବେ | କିନ୍ତୁ ସବୁ ଚର୍ଚ୍ଚାକୁ ମାତ ଦେଇ ମହାତୀର ଅଚାନକ ଇସ୍ତଫା ଦେଇଛନ୍ତି |

Advertisment

publive-image

ଏଠାରେ ସୂଚନା ଥାଉ କି ଭାରତ ବିରୋଧରେ ବାରମ୍ବାର ବୟାନ ଦେଇଥିବା ଯୋଗୁଁ ମାଲେସିଆରୁ ପାମ ତେଲ ଆମଦାନୀ ନ କରିବାକୁ ଭାରତ ନିଷ୍ପତ୍ତି ନେଇଥିଲା | ପ୍ରଥମେ କାଶ୍ମୀର ବିରୋଧରେ, ଏହା ପରେ ନାଗରିକତା (ସଂଶୋଧନ) ଆଇନକୁ ସମାଲୋଚନା କରି ମାଲେସୀୟ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କହିଥିଲେ କି ଯେ ଏହି ଆଇନ୍‌ ଯୋଗୁଁ ଲୋକେ ମରୁଛନ୍ତି।

୭୦ ବର୍ଷ ହେବ ଭାରତରେ ଭିନ୍ନ ଭିନ୍ନ ବିଶ୍ୱାସର ଲୋକେ ଏକତ୍ର ବସବାସ କରୁଥିବା ବେଳେ ‘ସିଏଏ’ର କ’ଣ ଆବଶ୍ୟକତା ଥିଲା? ମତେ ଦୁଃଖ ଲାଗୁଛି ଯେ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ଦାବି କରୁଥିବା ଭାରତ କେତେକ ମୁସଲମାନଙ୍କୁ ନାଗରିକତ୍ୱରୁ ବଞ୍ଚିତ କରାଇବାକୁ ପଦକ୍ଷେପ ନେଉଛି। ଯାହାକୁ ଭାରତ ତୀବ୍ର ବିରୋଧ କରିଥିଲା |