ଶୁଣିଲେନି ପଶ୍ଚିମବଙ୍ଗ ସରକାର, ମାଲକାନଗିରି ଜିଲ୍ଲା ପ୍ରଶାସନ ସହାୟତାରେ ରାଜ୍ୟକୁ ଫେରିଲେ ୫୮ ଜଣ ବଙ୍ଗୀୟ ଶ୍ରମିକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପ୍ରଶାସନ ମାନବିକତା ଦେଖାଇ ଏବେ ଚର୍ଚ୍ଚାରେ । ୪୦୦ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ ଓଡ଼ିଶା ସୀମାକୁ ଆସିଥିବା ୫୮ ଜଣ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ମାଲକାନଗିରି ଜିଲ୍ଲାପାଳ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିଛନ୍ତି । ଖାଇବା ପିଇବା ବ୍ୟବସ୍ଥା ସହ ହାତ ଖର୍ଚ୍ଚ ଦେଇ ଏକ ବସ୍ ଯୋଗେ ଅସହାୟ ବଙ୍ଗୀୟ ଶ୍ରମିକଙ୍କୁ ଘରକୁ ପଠାଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଆଉ ମାଲକାନଗିରି ଜିଲ୍ଲା ପ୍ରଶାସନର ଏପରି ପଦକ୍ଷେପକୁ ଆଜୀବନ ମନେ ରଖିବେ ବୋଲି କହିଛନ୍ତି ବଙ୍ଗୀୟ ଶ୍ରମିକ ।

୬ ଦିନ ଓଡ଼ିଶା ସୀମାରେ ପଡ଼ି ରହିବା ପରେ ଶେଷରେ ଘରକୁ ଫେରୁଛନ୍ତି ପଶ୍ଚିମବଙ୍ଗର ୫୮ ଜଣ ଶ୍ରମିକ ।  ଆଉ ବସ୍ ରେ ଘରକୁ ଫେରିବା ସମୟରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଏମାନେ ଧନ୍ୟବାଦ ଜଣାଇଛନ୍ତି । ହାଇଦ୍ରାବାଦଠାରେ ଫସି ଥିଲେ ୮୬ ପଶ୍ଚିମବଙ୍ଗ ଶ୍ରମିକ । ଟୋଲ ଫ୍ରି ନଂରେ ବାରମ୍ବାର ଫୋନ କରି ପଶ୍ଚିମବଙ୍ଗ ସରକାରଙ୍କୁ ଜଣାଇବା ପରେ ବି ଶୁଣିଲେନି ପଶ୍ଚିମବଙ୍ଗ ସରକାର । ଶେଷରେ ବିପଦପୂର୍ଣ୍ଣ ଘର ବାହୁଡା ଆରମ୍ଭ କରିଥିଲେ ୫୮ ଶ୍ରମିକ । ୬ ଦିନ ଧରି ଚାଲିବା ପରେ ପହଞ୍ଚିଥିଲେ ଓଡ଼ିଶାର ମୋଟୁ ସୀମାରେ।

ପଶ୍ଚିମବଙ୍ଗ ସରକାର ଏମାନଙ୍କ ଫେରିବା ନେଇ କୌଣସି ବ୍ୟବସ୍ଥା ନ କରିବାରୁ ଶେଷରେ ମାଲକାନଗିରି ଜିଲ୍ଲାପାଳ ବସ୍ ଯୋଗାଡ଼ କରି ସମସ୍ତ ଶ୍ରମିକଙ୍କୁ ପଶ୍ଚିମବଙ୍ଗ ପଠାଇବା ବ୍ୟବସ୍ଥା କରିଛନ୍ତି।

ସମ୍ବନ୍ଧିତ ଖବର