ଏଣିିକି ୨୪ ଘଣ୍ଟା ଖୋଲା ରହିବ ମଲ୍‌,ପବ୍‌, ରୋସ୍ତୋରାଁ ଓ ଦୋକାନ

ମୁମ୍ବାଇ: ସହରରେ ଥିବା ମଲଗୁଡ଼ିକ ରାତି ୧୦ଟା ଭିତରେ ବନ୍ଦ ହୋଇଯିବାର ନିୟମ ରହିଛି। ଅନେକ ସମୟରେ ଦେଖାଯାଏ ଗ୍ରାହକମାନେ ମଲରେ ଜିନିଷପତ୍ର କିଣିବାରେ ଏତେ ଭୋଳ ହୋଇଯାଇଥାଆନ୍ତି ଯେ ମଲ ବନ୍ଦ ହେବା ସମୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। ଏଭଳି କ୍ଷେତ୍ରରେ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି।

Image result for mall open-24-x-7-in-mumbai
Hindustan Times

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆସନ୍ତା ଜାନୁଆରି ୨୬ ତାରିଖରୁ ରାତିସାରା ମଲ୍‌ ଖୋଲା ରହିବ । କେବଳ ମଲ୍‌ ନୁହେଁ, ପବ୍‌, ରେସ୍ତୋରାଁ, ଦୋକାନଗୁଡ଼ିକ ମଧ୍ୟ ୨୪ ଘଣ୍ଟିଆ ଖୋଲା ରହିବ। ମହାନଗରରର ଦକ୍ଷିଣ ମୁମ୍ବାଇର ଫର୍ଟ ଏବଂ କାଲା ଘୋଡ଼ା ଏବଂ ପଶ୍ଚିମ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଆଦି ୨୪ଘଣ୍ଟା ଖୋଲା ରହିବ ବୋଲି ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଭଳି ନିୟକୁ ନେଇ ବ୍ରିହନ୍‌ମୁମ୍ବାଇ ମହାନଗର ନିଗମ ଏବଂ ମୁମ୍ବାଇ ପୁଲିସ ଏଥିପାଇଁ ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି। ଏହି ବୈଠକରେ ମଲ୍‌, ହୋଟେଲ ଏବଂ ରେସ୍ତୋରାଁର ମାଲିକମାନେ ମଧ୍ୟ ଯୋଗଦେଇଥିଲେ। ଏହି ନିଷ୍ପତ୍ତି ଫଳରେ ମୁମ୍ବାଇରେ ଅତିକମରେ ୨୫ଟି ମଲ୍‌ ରାତିସାରା ଖୋଲା ରହିପାରିବ ବୋଲି କୁହାଯାଇଛି।

Image result for mall open-24-x-7-in-mumbai
The Hindu

ତେବେ ଏଥିପାଇଁ କାହାକୁ ବାଧ୍ୟ କରାଯିବ ନାହିଁ। ଯେଉଁସବୁ ସ୍ଥାନରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସଠିକ୍‌ ରହିଥିବ, ପାର୍କିଂ ସୁବିଧା ଏବଂ ଲୋକଙ୍କ ନିରାପତ୍ତା ସୁବିଧା ଉପଲବ୍ଧ ହେଉଥିବା ସେହି ସବୁ ଅଞ୍ଚଳରେ ରାତି-ଦିନ ଉଭୟ ସମୟରେ ମଲ୍‌, ପବ୍‌, ରେସ୍ତୋରାଁ, ଦୋକାନଗୁଡ଼ିକ ଖୋଲା ରଖିବା ପାଇଁ ଅନୁମତି ଦିଆଯାଇଛି।

ସମ୍ବନ୍ଧିତ ଖବର