ପୁଣି କୃଷି ଆଇନ ଲାଗୁ କରିପାରନ୍ତି କେନ୍ଦ୍ର ସରକାର: କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ପୂୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗ ଦେଇନଥିବା ବେଳେ ସର୍ବଦଳୀୟ ବୈଠକ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କୃଷି ଆଇନ ପ୍ରତ୍ୟାହାରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ‌ସେ କହିଛନ୍ତି ଯେ, ଆମେ ଏମଏସପି ଗ୍ୟାରେଣ୍ଟି ନିୟମ, କରୋନାରେ ମରିଥିବା ୫୨ ଲକ୍ଷ ଲୋକଙ୍କୁ ସହାୟତା ଦେବାକୁ ଦାବି କରିଥିଲୁ । ହେଲେ ପ୍ରଧାନମନ୍ତ୍ରୀ ଏହି ବୈଠକରେ ସାମିଲ ହିଁ ହେଲେ ନାହିଁ।

ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ନୂଆ କୃଷି ଆଇନ୍ ବିଷୟରେ ସରକାର ଚାଷୀଙ୍କୁ ବୁଝାଇବାକୁ ଅସମର୍ଥ ହେବାରୁ ଏପରି କରିଛନ୍ତି । ହେଲେ ଏବେ ବି ଆମର ଡର ଅଛି ଯେ, କୃଷି ଆଇନ ପୁଣି ଲାଗୁ ହୋଇପାରେ। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ରଖନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ।

All party meet Parliament winter session congress Mallikarjun Kharge afraid that farm bills will come again
www.abplive.com

ଅନ୍ୟପଟେ ଆସନ୍ତାକାଲି କଂଗ୍ରେସ ବିରୋଧୀ ଦଳମାନଙ୍କର ଏକ ବୈଠକ ଡାକିଛି । ଯେଉଁଥିରେ ତୃଣମୂଳ କଂଗ୍ରେସ ନେତା ସାମିଲ ହେବେନି ବୋଲି ସିଧାସିଧା କହିସାରିଛନ୍ତି । ଏହାକୁ ନେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ସେ ଡେରେକ୍ ଓ’ବ୍ରାଏନଙ୍କ ସହିତ କଥା ହୋଇଛନ୍ତି। କାଲି ତାଙ୍କ ପାର୍ଟିର କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି। ତେଣୁ ଟିଏମସି ନେତାମାନେ କାଲି ବୈଠକରେ ସାମିଲ ହୋଇପାରିବେନି ।

ସମ୍ବନ୍ଧିତ ଖବର