କଂଗ୍ରେସ ଅଧ୍ୟକ୍ଷ ପ୍ରତିଦ୍ବନ୍ଦ୍ବିତାରେ ପ୍ରବେଶ କଲେ ମଲ୍ଲିକାର୍ଜୁନ ଖଡ଼ଗେ; ଆଜି ଦାଖଲ କରିବେ ପ୍ରାର୍ଥୀପତ୍ର

ନୂଆଦିଲ୍ଲୀ: କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ପଦ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପ୍ରସ୍ତୁତି କରି ଆଜି ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯୋଜନା କରୁଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରୁଥବା ପ୍ରାର୍ଥୀମାନଙ୍କ ମଧ୍ୟରେ ଖଡ଼ଗେ ହେଉଛନ୍ତି ତୃତୀୟ। ତାଙ୍କ ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଶଶୀ ଥରୁର ଏବଂ ଦିଗ୍‌ବିଜୟ ସିଂହ ପ୍ରତିଦ୍ବନ୍ଦ୍ବିତା କରିବେ।

ବିଶ୍ବସ୍ତସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଖଡ଼ଗେଙ୍କ ପ୍ରତି ଗାନ୍ଧୀଙ୍କର ସମର୍ଥନ ଥିବାରୁ ସେ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ଆଜି ମଧ୍ୟାହ୍ନ ୧୨ଟା ପରେ ଯେକୌଣସି ସମୟରେ ସେ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି। ତାଙ୍କୁ ଭେଟିବା ଲାଗି ମଧ୍ୟପ୍ରଦେଶର ବିଧାୟକ ଥିବା ପୁଅ ଜୟବର୍ଦ୍ଧନ ସିଂହ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି।

Image Courtesy of Money Control

କଂଗ୍ରେସ ସାଂସଦ ଦିଗ୍‌ବିଜୟ ସିଂହ ମଧ୍ୟ ଯାଇ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ପହଞ୍ଚିଛନ୍ତି। ଅନ୍ୟ ଏକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ମଲ୍ଲିକାର୍ଜୁନ ଖଡ଼ଗେ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ଦିଗ୍‌ବିଜୟ ସିଂହ ପ୍ରାର୍ଥୀପତ୍ର ଦାଖଲ କରି ନ ପାରନ୍ତି। ଏମିତି ହେଲେ ଥରୁର ଓ ଖଡ଼ଗେଙ୍କ ମଧ୍ୟରେ ପ୍ରତ୍ୟକ୍ଷ ପ୍ରତିଦ୍ବନ୍ଦ୍ବିତା ହେବ।

ତେଣେ, ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ଗଣମାଧ୍ୟମକୁ ଶଶୀ ଥରୁର୍‌ କହିଛନ୍ତି, ମୁଁ ସବୁ‌ବେଳେ କହି ଆସିଛି ଯେ, ମୁଁ ଜଣେ ନିଷ୍ଠାପର ପ୍ରତିଦ୍ବନ୍ଦ୍ବୀ।

ଦିଗ୍‌ବିଜୟ ସିଂହଙ୍କ କଥା ପଚାରିବାରୁ ସ‌େ କହିଲେ, ଆମର ଆଦର୍ଶ ସମାନ, ଆମେ ଚାହୁଁ ଦଳ ସୁଦୃଢ଼ ହେଉ; ସ‌ୌହାର୍ଦ୍ଦ୍ୟପୂଣ୍ଣ ପ୍ରତିଦ୍ବନ୍ଦ୍ବିତ‌ା, ଶତ୍ରୁତା ନାହିଁ। ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚନରେ ପ୍ରବେଶ କରିବା କଥା ପଚାରିବାରୁ ସେ କହିଲେ, ମଲ୍ଲିକାର୍ଜୁନ ଖଡ଼ଗେ ଖୁବ୍‌ ସମ୍ମାନସ୍ପଦ ସହଯୋଗୀ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଅଧିକ ଲୋକ ପ୍ରତିଦ୍ବନ୍ଦ୍ବିତା କରିବା ଭଲ କଥା। ଯେତେ ଅଧିକ ପ୍ରାର୍ଥୀ ହେବେ, ସେତେ ଉତ୍ତମ।

ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବା ପୂର୍ବରୁ ଶଶୀ ଥରୁର୍‌ ରାଜଘାଟ ଯାଇଛନ୍ତି।

ସମ୍ବନ୍ଧିତ ଖବର