ନୂଆଦିଲ୍ଲୀ:ସଂସଦ ବାହାରେ ଠେଲାପେଲା ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପାଲଟା ଅଭିଯୋଗ । ଅଭିଯୋଗ ଦର୍ଶାଇ ଲୋକସଭା ବାଚସ୍ପତିଙ୍କୁ ଲେଖିଲେ ଚିଠି । ବିଜେପି ନେତାଙ୍କ ଠେଲାପେଲାରେ ସେ ମଧ୍ୟ ତଳେ ପଡିଯାଇଥିଲେ । ଏ ଘଟଣାର ତଦନ୍ତ କରିବାକୁ ଲୋକସଭା ବାଚସ୍ପତିଙ୍କୁ ଆବେଦନ କରିଛନ୍ତି ଖଡଗେ।
ସେପଟେ ଠେଲାଠେଲିରେ ଆହତ ହୋଇଥିବା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଦୁଇ ଜଣଙ୍କୁ ଫୋନ କରି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେମାନଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ବିଆର୍ ଆମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଗୁରୁବାର ଦିନ ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ବିଜେପି ସାଂସଦ ଦାବି କରିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଇଥିଲେ। ଫଳରେ ଉକ୍ତ ସାଂସଦ ଜଣକ ବାଲେଶ୍ବରର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦେହରେ ପିଟି ହୋଇଯିବାରୁ ତଳେ ପଡ଼ି ନନାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/19/X4GSECGTA7mUQBpuZDnK.jpg)