ଗୁରୁଗ୍ରାମରେ ଆସନ୍ତା ସପ୍ତାହରେ ଖୋଲିବ ମଲ, ବନ୍ଦ ରହିବ ଧାର୍ମିକସ୍ଥଳୀ

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଥିବା ସମସ୍ତ ସପିଂ ମଲ୍ ଆସନ୍ତା ସପ୍ତାହରୁ ପୁନର୍ବାର ଖୋଲିବାକୁ ଯାଉଛି | କରୋନା ସଂକ୍ରମଣକୁ ରୋକିବା ପାଇଁ ତିନି ମାସ ପରେ ଲକଡାଉନର ପ୍ରତିବନ୍ଧକକୁ ମାନି ସମସ୍ତ ସପିଂ ମଲ୍ ବନ୍ଦ ରଖାଯାଇଥିବା ବେଳେ ଆସନ୍ତା ସପ୍ତାହରୁ ଏହାକୁ ପୁନର୍ବାର ଖୋଲାଯିବ | ମଲ୍ ଗୁଡିକୁ ସରକାରଙ୍କ ଦ୍ୱାରା ଜାରି ଏସଓପିକୁ ମାନିବାକୁ ପଡିବ | ତେବେ ସପିଂ ମଲ୍ ଖୋଲିବା ପାଇଁ ସରକାର ଅନୁମତି ଦେଇଥିବା ବେଳେ ଧାର୍ମିକସ୍ଥଳୀକୁ ବନ୍ଦ ରଖିବା ପାଇଁ କହିଛନ୍ତି |

Shopping malls, religious places not to open in Gurgaon, Faridabad ...
The Financial Express

ଦିଲ୍ଲୀର ଦକ୍ଷିଣରେ ଥିବା ସହରଗୁଡିକର କଣ୍ଟେନମେଣ୍ଟ ଜୋନ୍ ପାଇଁ ମଧ୍ୟ କଡା ନିର୍ଦ୍ଦେଶନାମା ଘୋଷଣା କରାଯାଇପାରେ ବୋଲି ସରକାର ସୂଚନା ଦେଇଛନ୍ତି | ସୂଚନା ମୁତାବକ, କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ଲକଡାଉନ କରାଯାଇଥିବା ବେଳେ ସମସ୍ତ ପ୍ରକାରର କାର୍ଯ୍ୟକଳାପକୁ ବନ୍ଦ ରଖାଯାଇଥିଲା | ୩ମାସ ଧରି କୌଣସି ଆର୍ଥିକ କାର୍ଯ୍ୟକଳାପ ହୋଇ ନ ଥିବାରୁ ସପିଂ ମଲଗୁଡ଼ିକୁ କ୍ଷତି ସହିବାକୁ ପଡିଥିଲା। ଏବେ ଧୀରେ ଧୀରେ ସରକାର ଅନେକ ପ୍ରତିବନ୍ଧକକୁ କୋହଳ କରିବା ସହ ବିଭିନ୍ନ କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି | କିଛି କିଛି ରାଜ୍ୟରେ ସଂକ୍ରମଣ ବଢୁଥିବା ଦେଖି ଏବେ ବି ମଲଗୁଡିକୁ ବନ୍ଦ ରଖାଯାଇଛି |

ସମ୍ବନ୍ଧିତ ଖବର