ଲଣ୍ଡନ: ଭାରତୀୟ ବ୍ୟାଙ୍କଗୁଡ଼ିକୁ ୯,୦୦୦ କୋଟି ଟଙ୍କାର ଚୂନ ଲଗାଇ ବ୍ରିଟେନ୍ ପଳାଇଥିବା ମଦସମ୍ରାଟ ବିଜୟ ମାଲ୍ୟା ଏବେ ଭାରତର ଜେଲ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ମୁମ୍ବାଇ ଜେଲରେ ଉତ୍ତମ ଆଲୋକ ବ୍ୟବସ୍ଥା ନାହିଁ କି ବାୟୁ ଚଳାଚଳ ବ୍ୟବସ୍ଥା ନାହିଁ। ଏଠାରେ ରହିବା କଷ୍ଟକର ବୋଲି ମାଲ୍ୟା ଦର୍ଶାଇଛନ୍ତି। ମାଲ୍ୟାଙ୍କ ପକ୍ଷରୁ ଏଭଳି ଚିନ୍ତା ପ୍ରକଟ କରାଯିବା ପରେ ବ୍ରିଟିସ୍ ବିଚାରପତି ମାଲ୍ୟା ରହିବାକୁ ଥିବା ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ର ଏକ ଭିଡିଓ ପଠାଇବା ପାଇଁ ଭାରତକୁ କହିଛନ୍ତି। ଏଭଳି ଭିଡିଓ ପଠାଇବା ପାଇଁ ଭାରତ ମଧ୍ୟ ପ୍ରତିଶ୍ରୁତି ଦେଇଛି। ଜେଲ୍ର ବାରାକ୍ ନମ୍ବର ୧୨ର ଭିଡିଓ ଏବଂ ଅନ୍ୟ ବିବରଣୀ ଏହା ଦାଖଲ କରିବ ବୋଲି କହିଛି।
ଲଣ୍ଡନ୍ର େଓ୍ଵଷ୍ଟମିନ୍ଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଆଜି ଶୁଣାଣି ଚାଲିଥିଲା। ମାଲ୍ୟାଙ୍କ ବିରୋଧରେ ଅର୍ଥ ଠକେଇ ଓ ଜାଲିଆତି ଅଭିଯୋଗ କରି ଭାରତ ସରକାର ଏହି ଆବେଦନ କରିଥିଲେ। ମାଲ୍ୟା ଭାରତୀୟ ବ୍ୟାଙ୍କଗୁଡ଼ିକର ୯,୦୦୦ କୋଟି ଟଙ୍କାର ଋଣ ନେଇ ଜାଣିଶୁଣି ଏହାକୁ ପରିଶୋଧ କରୁ ନଥିବା ଭାରତ ପକ୍ଷରୁ କୁହାଯାଇଥିଲା। ତେବେ ଆଜିର ଶୁଶାଣି ପରେ ମାଲ୍ୟା ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ସେ କୋର୍ଟଙ୍କ ନିକଟରେ କୌଣସି ଦୟା ଭିକ୍ଷା କରୁନାହାନ୍ତି। ବରଂ ବ୍ୟାଙ୍କଗୁଡ଼ିକର ସମସ୍ତ ବକେୟା ଋଣ ପରିଶୋଧ ପାଇଁ ସେ ଚାହୁଛନ୍ତି। ଏମିତି କି ୨୦୧୫ରୁ ଏଥିପାଇଁ ସେ ପ୍ରସ୍ତୁତ ଥିଲେ ବୋଲି କହିଛନ୍ତି। କିନ୍ତୁ ଜେଲ୍କୁ ନେଇ ତାଙ୍କୁ ଚିନ୍ତା ଘାରିଥିବା କୁହାଯାଉଛି।
କୋର୍ଟରେ ଆଜି ଶୁଣାଣି ପରେ ବିଚାରପତି ଏମା ଆର୍ବଥନଟ୍ ମାଲ୍ୟାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୨ରେ ହେବ ବୋଲି ସେ କହିଛନ୍ତି। ଶୁଣାଣି ବେଳେ ଭାରତ ପକ୍ଷରୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ର କିଛି ଫଟୋ ଦାଖଲ କରାଯାଇଥିଲା। ଜେଲ୍ରେ ଆଲୋକ ବ୍ୟବସ୍ଥା ଓ ବାୟୁ ଚଳାଚଳ ବ୍ୟବସ୍ଥା ଠିକ୍ ନ ଥିବା ମାଲ୍ୟାଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ। ଓକିଲ କ୍ଲେୟାର ମଣ୍ଟେଗୋମରି ଅଭିଯୋଗ କରିଥିଲେ ଯେ ଫଟୋକୁ ଏଭଳି ଉଠାଯାଇଛି ଯେମିତିି ଜେଲ୍ ମଧ୍ୟକୁ ଆଲୋକ ଓ ବାୟୁ ଚଳାଚଳ ହେଉଥିବା ମନେହେଉଛି। କିନ୍ତୁ ବାସ୍ତବରେ ସେଭଳି କିଛି ନାହିଁ ବୋଲି ମଣ୍ଟେଗୋମରି କହିଥିଲେ।
ମାଲ୍ୟାଙ୍କୁ ଘାରିଲା ଜେଲ୍ ଚିନ୍ତା
o‘ମୁମ୍ବାଇ ଜେଲ୍ ଅବସ୍ଥା ଭଲ ନାହିଁ’ oଜେଲ୍ ଭିଡିଓ ଲୋଡ଼ିଲେ ବ୍ରିଟିସ୍ କୋର୍ଟ
/sambad/media/post_attachments/wp-content/uploads/2018/08/magistrates-britain-indian-tycoon-mallya-arrives-westminster_5804565e-949d-11e8-a9be-0a3dd955ac48.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)