ବିଦେଶରେ ବିୟର ବିକି ଚଳୁଛନ୍ତି ମାଲ୍ୟା !

ନୂଆଦିଲ୍ଲୀ: ଶସ୍ତା ବିୟରକୁ ବିଦେଶରେ ଅଧିକ ମୂଲ୍ୟରେ ବିକି ସେହି ଅର୍ଥରେ ନିଜର ଦୈନିକ ଗୁଜୁରାଣ ସହ ଆଇନଗତ ଦିଗରେ ଖର୍ଚ୍ଚ କରୁଛନ୍ତି ଠକ ଘୋଷିତ ହୋଇଥିବା ବିଜୟ ମାଲ୍ୟା | କିଛି ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ଯାଞ୍ଚ ଏଜେନ୍ସି ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି | ରିପୋର୍ଟରେ କୁହାଯାଇଛି ଭାରତରେ କମ ଦାମରେ ମିଳୁଥିବା କିଙ୍ଗଫିସର ବିୟରକୁ ମାଲେସିଆ ଓ ସିଙ୍ଗାପୁରରେ ଅଧିକ ଦାମରେ ବିକ୍ରି କରାଯାଉଛି | ଏହାର ଦାୟିତ୍ୱ ନେଇଛନ୍ତି ମାଲ୍ୟାଙ୍କ ପୂର୍ବତନ ସହଯୋଗୀ ଶଶିକାନ୍ତ |

jansatta.com

୨୦୧୮ ମସିହାରୁ ଭାରତରୁ ବିୟରକୁ ବିଦେଶକୁ ପଠାଯାଉଛି | ଏହାକୁ ବିଦେଶୀ ମାର୍କେଟରେ ବିକ୍ରି କରାଯାଇ ଏହାର ଲାଭ ଅର୍ଥକୁ ମାଲ୍ୟାଙ୍କୁ ପାଖକୁ ପଠାଯାଉଛି | ଏହି ଅର୍ଥରେ ମାଲ୍ୟା ନିଜର ଦୈନନ୍ଦିନ ଖର୍ଚ୍ଚ କରିବା ସହ ଆଇନଗତ ଲଢେଇ ପାଇଁ ଖର୍ଚ୍ଚ କରୁଛନ୍ତି | ମାଲ୍ୟାଙ୍କ ସହଯୋଗୀ ଶଶିକାନ୍ତ ଓ ତାଙ୍କ ଜ୍ୱାଇଁ ଭାରତରୁ ବିୟର ନେଇ ବିକ୍ରି କରୁଛନ୍ତି |

ଏହି ସୂଚନା ପାଇବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭାରତରେ ଥିବା ଏହି କମ୍ପାନୀର କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି | ମାର୍ଚ୍ଚ ୨୦୧୮ରୁ ଏଭଳି ବ୍ୟବସାୟ ଚାଲିଥିବା ଜଣାପଡିଛି |

ସମ୍ବନ୍ଧିତ ଖବର