ଦାର୍ଜିଲିଂରେ ୧୦ କିମି ଦୌଡ଼ିଲେ ମମତା

ଦାର୍ଜିଲିଂ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବରିଷ୍ଠ ଅମଲା, ପୁଲିସ ଅଧିକାରୀ ଏବଂ ସ୍ଥାନୀୟ ଟିଏମ୍‌ସି କର୍ମୀମାନଙ୍କ ସହ ଦାର୍ଜିଲିଂ ଜିଲ୍ଲାର କରୁର୍‌ସେଙ୍ଗରୁ ମହାନଦୀ ଅଂଚଳ ପର୍ଯ୍ୟନ୍ତ ୧୦ କିମି ଜଗିଂ କରିଛନ୍ତି। ପରିବେଶ ସୁରକ୍ଷା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଏହି ଜଗିଂର ଉଦ୍ଦେଶ୍ୟ ଥିଲା। ‘ଇଣ୍ଟରନ୍ୟାସନାଲ ଡେ ଅଫ୍‌ କ୍ଲାଇମେଟ୍‌ ଆକ୍ସନ୍‌’ ଅବସରରେ ମମତା ପରିବେଶ ସୁରକ୍ଷା ପାଇଁ ପ୍ରୋତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର