ମୋଦୀଙ୍କୁ ଟକ୍କର ଦେଲେ ମମତା, ୨୦୨୧ ଯାଏଁ ଦେବେ ମାଗଣା ରାସନ

ନୂଆଦିଲ୍ଲୀ/କୋଲକାତା: ଆଜି ଦେଶବାସୀଙ୍କୁ ସମ୍ୱୋଧିତ କରି ଅନଲକ-୨ ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି | ମୋଦୀ କହିଥିଲେ ଯେ ଏଥିପାଇଁ ୯୦ହଜାର କୋଟିରୁ ଅଧିକ ଖର୍ଚ୍ଚ ହେବ | ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସରକାର ଆସନ୍ତା ପାଞ୍ଚ ମାସ ପାଇଁ ୮୦ କୋଟି ଗରିବ ଭାଇ-ଭଉଣୀଙ୍କୁ ମାଗଣା ରାସନ ପ୍ରଦାନ କରିବେ। ପରିବାରର ପ୍ରତ୍ୟେକ ସଦସ୍ୟ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଇବେ |

ଏଥିସହ ପ୍ରତି ପରିବାରକୁ ମିଳିବ ୧ କିଲୋ ଡ଼ାଲି। ତେବେ ମୋଦୀଙ୍କ ଘୋଷଣାକୁ ଆଉ ପାଦେ ଟପିଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ୨୦୨୧ ପର୍ଯ୍ୟନ୍ତ ମାଗଣା ରାସନ ଯୋଗାଇଦେବାକୁ ଘୋଷଣା କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନର କିଛି ସମୟ ପରେ ମମତା ବାନାର୍ଜୀ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିଥିଲେ।

ସେ କହିଛନ୍ତି, ‘ଜୁନ୍ ୨୦୨୧ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣା ରାସନ ଦେବା ପାଇଁ ମୁଁ ଏହି ଯୋଜନା ବଢ଼ାଉଛି’ | ତେବେ ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଘୋଷଣାକୁ ନେଇ ରାଜନୀତି ଗନ୍ଧ ବାରିଛନ୍ତି ରାଜନୈତିକ ସମୀକ୍ଷକ |

ସମ୍ବନ୍ଧିତ ଖବର