କୋଲାକାତା: ସିବିଆଇକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣା ଜାରି ରଖିଥିବା ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଧାରଣାସ୍ଥଳ ନିକଟସ୍ଥ ଏକ ଟ୍ରାଫିକ୍ପୁଲିସ ଫାଣ୍ଡିରେ କ୍ୟାବିନେଟ୍ବୈଠକ କରି ଇତିହାସ ସୃଷ୍ଟି କରିଛନ୍ତି। ରାଜ୍ୟ ବଜେଟ୍କୁ ଅନୁମୋଦନ କରିବା ପାଇଁ କ୍ୟାବିନେଟ୍ର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ୫୦ ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ। ଆଜି ଅପରାହ୍ନରେ ଅନୁଷ୍ଠିତ ଏହି କ୍ୟାବିନେଟ୍ ବୈଠକରେ କିଛି ମିନିଟ୍ ଆଲୋଚନା ପରେ ରାଜ୍ୟ ବଜେଟ୍କୁ ଅନୁମୋଦନ କରାଯଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବଜେଟ୍କୁ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯାଇଥିଲା। ମମତା ଆହୁରି ୪ ଦିନ ପର୍ଯ୍ୟନ୍ତ ଧାରଣା ଦେବା ସ୍ପଷ୍ଟ ହୋଇଯାଇଥିବାରୁ ଏବେ ଧାରଣାସ୍ଥଳରେ ବଡ଼ ମଂଚ ନିର୍ମାଣ କରାଯାଉଛି। ଧାରଣାସ୍ଥଳରେ ଭିଡ଼କୁ କାଏମ ରଖିବା ପାଇଁ କଳାକାରମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି। କ୍ୟାବିନେଟ୍ ବୈଠକ ଟ୍ରାଫିକ୍ ପୁଲିସ ଫାଣ୍ଡିରେ ହେବା ରାଜନୈତିକ ମହଲରେ ବିସ୍ମୟ ସୃଷ୍ଟି କରିଛି। ଏଭଳି ଏକ ପଦକ୍ଷେପକୁ ଅନେକ ରାଜନୈତିକ ଷ୍ଟଣ୍ଟ୍ ବୋଲି କହିଥିବା ବେଳେ ଆଉ କେତେକ ଫାସୀବାଦୀ ଶକ୍ତି ବିରୋଧରେ ଲଢ଼େଇ ଆଖ୍ୟା ଦେଇଛନ୍ତି। ମମତା ଆଜି କହିଛନ୍ତି ଯେ ଜୀବନ ଚାଲିଯିବ ପଛେ ସେ ସ୍ବର ଉତ୍ତୋଳନ କରିବାରୁ ପଛକୁ ହଟିବେ ନାହିଁ।
ଇତିହାସ ସୃଷ୍ଟିକଲେ ମମତା:ଟ୍ରାଫିକ୍ ପୋଷ୍ଟ୍ରେ କ୍ୟାବିନେଟ୍ ବୈଠକ
/sambad/media/post_attachments/wp-content/uploads/2019/02/cabinet.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)