ମୋଦୀଙ୍କୁ ମମତାଙ୍କ ପ୍ରଶ୍ନ, ଯଦି ସିଏଏ ଏତେ ଭଲ, ତେବେ ଭୋଟ୍‌ ଦେଲେନି କାହିଁକି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଲଗାତାର ସରକାରଙ୍କୁ ନିଶାଣ କରୁଛନ୍ତି। ମୋଦୀ ସିଏଏ ପ୍ରତ୍ୟାହାର କରନ୍ତୁ ବୋଲି ମମତା କହିଛନ୍ତି। ମୋଦୀଙ୍କୁ ସିଏଏ ପ୍ରସଙ୍ଗରେ ଏକ ପ୍ରଶ୍ନ କରି ମମତା କହିଛନ୍ତି ଯଦି ସିଏଏ ଏତେ ଭଲ, ତେବେ ମୋଦୀ କାହିଁକି ଭୋଟ୍‌ ଦେଇନଥିଲେ। ସିଏବି ୨୦୧୯ ଲୋକସଭାରେ ଆଗତ ହେବା ଦିନ ମୋଦୀ ଅନୁପସ୍ଥିତ ରହିଥିଲେ। ସେ ଏହି ବିଲ୍‌ ପାଇଁ ଭୋଟ୍‌ ଦେବାକୁ ଆଗ୍ରହ କାହିଁକି ଦେଖାଇ ନଥିଲେ ବୋଲି ମମତା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର