ମୋଦିଙ୍କ ବିଜୟକୁ ନେଇ ମାନୁନି ମମତାଙ୍କ ମନ

କୋଲକାତା: ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଆଶାନୁରୂପ ଫଳାଫଳ ହୋଇନଥିବାରୁ ଏହାକୁ ନେଇ ଦିଦି ସମୀକ୍ଷା ବୈଠକ କରିଛନ୍ତି | ଏହି ଅବସରରେ ବିଜେପିର ଅଭିବୃଦ୍ଧିକୁ ପଶ୍ଚିମବଙ୍ଗରେ ରୋକିବା ପାଇଁ ଦିଦି କିଛି ମାଷ୍ଟରପ୍ଲାନ ଚଳାଇଛନ୍ତି |ମମତା ଇଭିଏମକୁ ଟାର୍ଗେଟ କରି କହିଛନ୍ତି ଯେ ଇଭିଏମ ମାଧ୍ୟମରେ ଯେଉଁ ଜନାଦେଶ ମିଳିଛି ତାହା ଲୋକଙ୍କର ଜନାଦେଶ ନୁହେଁ | ସେ କହିଛନ୍ତି ୧ ଲକ୍ଷ ଇଭିଏମ ର ଖୋଜଖବର ମିଳୁନାହିଁ |

ଗଣତନ୍ତ୍ର ବଞ୍ଚାଇବାକୁ ହେଲେ ବାଲଟ ପେପର ଆବଶ୍ୟକତା ରହିଛି ବୋଲି ମମତା କହିଛନ୍ତି | ତେଣୁ ବାଲଟ ପେପର ଫେରାଇଆଣିବାକୁ ସେ ଦେଶର ଘର ଘର ବୁଲି ଅଭିଯାନ ଚଳାଇବେ ବୋଲି କହିଛନ୍ତି | ମମତା ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ ଜବାବ ଦେବାପାଇଁ ବଙ୍ଗଳା ସଂସ୍କୃତିର ପରିଚୟକୁ ବୃଦ୍ଧି କରିବାକୁ ଚାଁହୁଛନ୍ତି | ଏହି ବୈଠକରେ ବଙ୍ଗଳାର ସମାଜ ସଂସ୍କାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କର ୨୦୦ ତମ ଜନ୍ମଦିନକୁ ପୁରା ରାଜ୍ୟରେ ଧୁମଧାମରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି |

ଏଠାରେ ସୂଚନା ଥାଉ କି ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଶୋଭାଯାତ୍ରା ସମୟରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କର ମୂର୍ତ୍ତି ଭଙ୍ଗାଯାଇଥିଲା | ଏହାକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ତୁତୁ ମେଁ ମେଁ ଚାଲିଥିଲା | ତେଣୁ ବିଜେପିକୁ ମାତ ଦେବାକୁ ମମତା ଜୟ ହିନ୍ଦ ବାହିନୀ ନାମକ ସଂଗଠନ ଗଠନ କରିଛନ୍ତି |

ସମ୍ବନ୍ଧିତ ଖବର