ନୂଆଦିଲ୍ଳୀ: ବାତ୍ୟା ‘ଫନି’କୁ ନେଇ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟ ରାଜନୀତି ଜୋର୍ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାତ୍ୟା ପୂର୍ବରୁ ଫୋନ୍ କରି ତାଙ୍କର ଭଲମନ୍ଦ ବୁଝିଛନ୍ତି ମାତ୍ର ପଶ୍ଚିବଙ୍ଗକୁ କଲ୍ କରି ନାହାନ୍ତି ବୋଲି ତୃଣ ମୂଳ କଂଗ୍ରେସ ଅଭିଯୋଗ ଆଣିବା ପରେ ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ ଆଣି କହିଛନ୍ତି ଯେ ସେ ପଶ୍ଚିବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣ ମୂଳ କଂଗ୍ରେସ(ଟିଏମ୍ସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ସେ ଦୁଇ ଥର କଲ୍ କରିଛନ୍ତି, ମାତ୍ର ମମତା କଲ୍ ଉଠାଇ ନାହାନ୍ତି କି ପରବର୍ତ୍ତୀ ମୁହୂର୍ତ୍ତରେ ଆଉ କଲ୍ କରିନାହାନ୍ତି।
ଟିଏମ୍ସି ପକ୍ଷରୁ କୁହାଯାଇଛି କି ବାତ୍ୟା ଛାଡ଼ିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟର ସ୍ଥିତି ଜାଣିବା ପାଇଁ କେବଳ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ସହ କଥା ଫୋନ୍ ଯୋଗେ କଥା ହୋଇଛନ୍ତି। ମାତ୍ର ଟିଏମ୍ସିର ଏହି ଅଭିଯୋଗକୁ ଖଣ୍ଡନ କରିଛି କେନ୍ଦ୍ର।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ସରକାରଙ୍କ ସୂତ୍ରରୁ ଜାଣିବାକୁ ମିଳିଛି କି ପ୍ରଧାନମନ୍ତ୍ରୀଙ୍କ ଫୋନ୍ ଆସିବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗସ୍ତରେ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/mamata-banerjee-1555496102.jpg)