କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଚାଲିଛି କର ବା ମର ଯୁଦ୍ଧ । ଆପତ୍ତିଜନକ ଭାଷଣ ଦେଇଥିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ୨୪ ଘଂଟିଆ ପ୍ରଚାର ବନ୍ଦ ଆଦେଶ ଦେଇଥିଲେ ନିର୍ବାଚନ କମିସନର । ଏହାକୁ ବିରୋଧ କରି ଆଜି ମମତା ବାନାର୍ଜୀ ଧାରଣାରେ ବସିଛନ୍ତି ।
ମମତା ବାନାର୍ଜୀ କୋଲକତାର ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସି ନିର୍ବାଚନ କମିସନରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଧାରଣା ବେଳେ ବି ଦିଦି ହ୍ୱିଲ ଚେୟାରରେ ବସିଥିବା ଦେଖିବାକୁ ମିଳିଛି । ତେବେ ଧାରଣାରେ ବସିଥିବା ବେଳେ ଦିଦି ଦୁଇଟି ଚିତ୍ର ଆଙ୍କିଛନ୍ତି। ଖାଲି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିତ୍ର ଆଙ୍କିବାକୁ ଭଲ ପାଉଥିବା ବେଳେ ଆଜି ସେ ଦୁଇଟି ଚିତ୍ର ଆଙ୍କିଥିବା ଦେଖାଯାଇଛି, ଯାହାର ଫଟୋ ଏବେ ଭାଇରାଲ ହେବା ଆରମ୍ଭ ହୋଇଛି।
indiatodayଉଲ୍ଲେଖଯୋଗ୍ୟ, ଭୋଟରମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳର କର୍ମଚାରୀଙ୍କୁ ଘେରାଉ କରିବା ଲାଗି ଉସକାଇବା ଭଳି ବୟାନ ଦେବା ଓ ନିର୍ବାଚନୀ ସଭାରେ ଭୋଟରଙ୍କୁ ସାଂପ୍ରଦାୟିକ ଭିତ୍ତିରେ ଭୋଟ ଭିକ୍ଷା କରିଥିଲେ । ଏହା ନିର୍ବାଚନୀ ଆଚରଣ ସଂହିତାର ଉଲ୍ଲଂଘନ କରିଥିବାରୁ ନିର୍ବାଚନ କମିସନ୍ ମମତାଙ୍କୁ ଦଣ୍ଡିତ କରିଛନ୍ତି। ୨୪ ଘଣ୍ଟା ଲାଗି ତାଙ୍କୁ ପ୍ରଚାରରୁ ବିରତ କରାଯାଇଛି। ଯାହାଫଳରେ ମମତା ବାନାର୍ଜୀ ସୋମବାର ରାତି ୮ ଟାରୁ ମଙ୍ଗଳବାର ରାତି ୮ ଟା ପର୍ଯ୍ୟନ୍ତ କୌଣସି ସ୍ଥାନରେ ନିର୍ବାଚନୀ ସଭା କରିପାରିବେ ନାହିଁ ବୋଲି ନିର୍ବାଚନ କମିସନ ତାଙ୍କ ଆଦେଶରେ କହିଥିଲେ । ହେଲେ ଆଜି ରାତି ୮ ଟା ପରେ ମମତା ବାନାର୍ଜୀ ୨ ଟି ସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି ।
ନିର୍ବାଚନ କମିସନଙ୍କ ଏହି ନିଷ୍ପତ୍ତିକୁ ତୃଣମୂଳ କଂଗ୍ରେସ ପକ୍ଷରୁ କଳାଦିନ ବୋଲି କୁହାଯାଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ୮ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୪ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆସନ୍ତା ୧୭ ତାରିଖରେ ପଞ୍ଚମ ପର୍ଯ୍ୟାୟ ମତଦାନ ହେବ, ଯେଉଁଥିରେ ମୋଟ ୪୫ ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Didi-in-Protest_Thumbnail.jpg)