ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବଡ଼ ବିଜୟ ପରେ ଗତକାଲି କଂଗ୍ରେସ ପକ୍ଷରୁ ଡିସେମ୍ବର ୬ ତାରିଖ ବୁଧବାର ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡକାଯାଇଥିଲା । ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ, ଡିଏମ୍‌କେ ଓ ତୃଣମୂଳ କଂଗ୍ରେସ ସମେତ ମେଣ୍ଟ ସହଯୋଗୀମାନଙ୍କୁ ଫୋନ୍ କରି ବୈଠକ ବିଷୟରେ ଅବଗତ କରାଇଥିଲେ। ତେବେ ଆଜି ଯେତେବେଳେ ବୈଠକକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପଚରାଯାଇଥିଲା ସେ କହିଛନ୍ତି ଯେ ବୈଠକ ନେଇ ତାଙ୍କ ପାଖରେ କିଛି ଖବର ନାହିଁ |

Advertisment

ମମତା କହିଛନ୍ତି, "ମୁଁ ଏ ବିଷୟରେ ଅବଗତ ନୁହେଁ ଏବଂ ସେହିଦିନ ମୋର କିଛି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଯଦି ମୋ ପାଖରେ ଏହି ବିଷୟରେ ସୂଚନା ଥାନ୍ତା, ମୁଁ ସେହି କାର୍ଯ୍ୟକ୍ରମକୁ ଯାଇନଥାନ୍ତି। ମମତା କହିଛନ୍ତି ବୈଠକ ନେଇ ଖବର ଥିଲେ ଓ ଯଦି ମୁଁ ଜାଣିଥାନ୍ତି ତେବେ ଏହି କାର୍ଯ୍ୟକ୍ରମ ରଖିନଥାନ୍ତି । ମୁଁ ନିଶ୍ଚିତ ଭାବରେ ଇଣ୍ଡିଆ ମେଣ୍ଟ ବୈଠକକୁ ଯାଇଥାନ୍ତି | ଉଲ୍ଲେଖ ଥାଉ କି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟର ସହଯୋଗୀ ତୃଣମୂଳ କଂଗ୍ରେସ ବିଜେପି-ବିରୋଧୀ ସଂଗ୍ରାମରେ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେବାକୁ ଦାବି ଉଠାଇଛି। ଟିଏମସି ମୁଖପାତ୍ର କୁନାଲ ଘୋଷ ଏକ୍ସ (ଟ୍ବିଟର)ରେ ଏକ ପୋଷ୍ଟରେ ଲେଖିଥିଲେ ଯେ ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ କଂଗ୍ରେସ ଦଳକୁ ଦାୟୀ କରାଯିବ। ନିର୍ବାଚନ ଫଳାଫଳକୁ ସେ ବିଜେପିର ବିଜୟ ନୁହେଁ, କଂଗ୍ରେସର ପରାଜୟ ବୋଲି କହିଛନ୍ତି।