କେନ୍ଦ୍ରକୁ ଚିଠି ଲେଖି ୫.୪ କୋଟି ଟିକା ମାଗିଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ୫.୪ କୋଟି ଟିକା ଯୋଗାଇଦେବାକୁ ଦାବି କରିଛନ୍ତି। ରବିବାର ଦିନ କେନ୍ଦ୍ରକୁ ଚିଠି ଲେଖି ମମତା କହିଛନ୍ତି ଯେ ଟିକା ସହ ରେମେଡିସିଭିର ଏବଂ ଟୋସିଲିଜୁମେବ ଭଳି ଔଷଧ ମଧ୍ୟ ମାଗିଛନ୍ତି। ଏଥିସହ ମମତା ରାଜ୍ୟରେ ଅମ୍ଳଜାନର ଅଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି। ଯଥାଶୀଘ୍ର ପଶ୍ଚିମବଙ୍ଗକୁ ଅମ୍ଳଜାନ ଯୋଗାଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଦେଶରେ କୋଭିଡ ଟିକା ଏବଂ ଔଷଧ ଅଭାବ ପାଇଁ ମମତା ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।

ମମତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ପ୍ରଚାର ପାଇଁ ଏହି ଟିକା ସାରା ବିଶ୍ୱରେ ବଣ୍ଟନ କରିଛନ୍ତି। ଦେଶରେ ରେମେଡିସିଭିର ଏବଂ ଅମ୍ଳଜାନର ଅଭାବ ରହିଛି। ଆଜି ଆମ ଦେଶରେ ଔଷଧ ନାହିଁ, କିନ୍ତୁ ୮୦ଟି ଦେଶକୁ ଔଷଧ ପଠାଯାଇଛି। ଯଦି ଆପଣ ଔଷଧ ବାହାରକୁ ପଠାଉଛନ୍ତି, ତେବେ ମୋର କୌଣସି ଅସୁବିଧା ନାହିଁ, କିନ୍ତୁ ପ୍ରଥମେ ଏହାକୁ ନିଜ ଦେଶରେ ଉପଲବ୍ଧ କରନ୍ତୁ’ |

ସୂଚନା ଥାଉ କି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୭୧୩ଟି କରୋନା ରେକର୍ଡ ହୋଇଛି ଏବଂ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଦିନ ରାଜ୍ୟରେ କୋଭିଡ-୧୯ ର ୭,୭୧୩ଟି ନୂଆ ରୋଗ ରିପୋର୍ଟ ହୋଇଥିବାବେଳେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬,୫୧,୫୦୮କୁ ବୃଦ୍ଧି ପାଇଛି। କୋଲକାତା ସହରରେ ସର୍ବାଧିକ ୧୯୯୮ଟି ମାମଲା ଏବଂ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର