‌କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗର ଆଗାମୀ ରାଜ୍ୟପାଳ ଆର୍‌ ଏନ୍‌ ରବିଙ୍କୁ ବିଜେପି କର୍ମୀ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି। ରବି ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଓ ଏହାପୂର୍ବରୁ ତାମିଲନାଡ଼ୁର ରାଜ୍ୟପାଳ ଭାବେ ଖୁବ୍‌ ବିବାଦୀୟ ହୋଇପଡ଼ିଥିଲେ। ମମତା ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦଙ୍କ ହଠାତ୍‌ ଇସ୍ତଫା ଦେବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଚାପରେ ସେ ଇସ୍ତଫା ଦେଇଥିବା କହିଛନ୍ତି। ମମତା ତୃଣମୂଳ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଆଗାମୀ ବିଧାନସଭାକୁ ଲକ୍ଷ୍ୟ କରି ଲୋକ ଭବନକୁ ଏକ ରାଜନୈତିକ ଫାଣ୍ଡିରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି। 

Advertisment

ଆହୁରି ପଢନ୍ତୁ: 🔴 LIVE News Updates 2026 March 7: କୋଲାବ ଜଳଭଣ୍ଡାରରେ ୩ ଛାତ୍ର ବୁଡ଼ିଯାଇଥିବା ସୂଚନା; ବେପାରୀଙ୍କ ମାଡ଼ରେ ଲହୁଲୁହାଣ ପର୍ଯ୍ୟଟକ

ରାଜଭବନକୁ ବିଜେପି ପାର୍ଟି ଅଫିସ କରିବାକୁ ସେମାନେ ଚାହୁଥିଲେ, ଏଥିରେ ସିଭି ଆନନ୍ଦ ବୋଷ ରାଜି ନହେବାରୁ ତାଙ୍କୁ ହଟେଇ ଦିଆଗଲା। ଆଗାମୀ ରାଜ୍ୟପାଳଙ୍କୁ ଚେତାବନୀ ଦେଇ କହିଥିଲେ ଯେ, ସେ ମନେ ରଖିବା ଉଚିତ ଯେ, ପଶ୍ଚିମବଙ୍ଗ ଏକ ଅଲଗା ରଣକ୍ଷେତ୍ର ଅଟେ। ତାମିଲନାଡ଼ୁରେ ରବି ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ ହଇରାଣ କରୁଥିଲେ ବୋଲି ମମତା କହିଛନ୍ତି।