ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ନୂଆଦିଲ୍ଲୀ ଫେରାଇ ନେବା ପାଇଁ କେନ୍ଦ୍ର ଦେଇଥିବା ଆଦେଶକୁ ପ୍ରତ୍ୟାହାର ନେଇ ଅପିଲ କଲେ ଦିଦି

ନୂଆଦିଲ୍ଲୀ: ଗତକାଲି ହୋଇଥିବା ବାତ୍ୟା ୟାସର ସମୀକ୍ଷା ବୈଠକକୁ ଅଧାରୁ ଛାଡି ଚାଲି ଆସିବା ପଛର କାରଣ ଜଣାଇବା ସହ ମୋତେ ଅପମାନିତ କରନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ଏହା ସହ ସେ ତାଙ୍କ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ନୂଆଦିଲ୍ଲୀ ଫେରାଇ ନେବା ପାଇଁ ଦେଇଥିବା ଆଦେଶକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

ସୂଚନା ମୁତାବକ, ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ସରକାର ଶୁକ୍ରବାର ସନ୍ଧ୍ୟାରେ ଚିଠି ଲେଖି ଜନ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରାଳୟରେ ମେ ୩୧ସୁଦ୍ଧା ଯୋଗ ଦେବାକୁ କହିଥିଲେ। ଦିଦି ବାତ୍ୟା ୟାସ୍ ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଥିବା ବୈଠକ ଅଧାରୁ ଚାଲି ଆସିବାର କିଛି ଘଣ୍ଟା ପରେ କେନ୍ଦ୍ର ପକ୍ଷରୁ ଏହି ଆଦେଶ ଆସିଥିଲା।

Mamata Banerjee: At industry meet, CM Mamata Banerjee vows to resolve business barriers | Kolkata News - Times of India
Times of India

ଏବେ ଏହାକୁ ପ୍ରତ୍ୟାହାର କରିନେବାକୁ କହିବା ସହ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ଦିଦି | ସେ କହିଛନ୍ତି, ନିର୍ବାଚନ ହାରିବା ପରେ ଦୟାକରି ପ୍ରତିଶୋଧ ନେବା ପାଇଁ ଏଭଳି ହୀନ ରାଜନୀତି କରନ୍ତୁ ନାହିଁ | ଆମକୁ ରାଜ୍ୟରେ କରୋନା ଏବଂ ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ କାମ କରିବାକୁ ଦିଅ | ବହୁତ ରାଜ୍ୟ ଅଛି | ମୋର ମୁଖ୍ୟ ଶାସନ ସଚିବଙ୍କୁ ଅପମାନିତ କରି ଆପଣ ଭାବୁନାହାଁନ୍ତି, ଆପଣ ସେ ସମସ୍ତଙ୍କୁ ଅପମାନିତ କରୁଛନ୍ତି? ଆପଣ କାହିଁକି ଏପରି ବ୍ୟବହାର କରୁଛନ୍ତି? ଆମକୁ ନିର୍ବାଚନରେ ଏକ ବଡ଼ ସଫଳତା ମିଳିଲା ସେଥିପାଇଁ କି? ବଙ୍ଗଳାର ଲୋକମାନେ ଆମକୁ ଭୋଟ୍ ଦେଇଥିଲେ ଏବଂ ସେମାନେ ଆପଣଙ୍କୁ ବହିଷ୍କାର କରିଥିଲେ। ଦୟାକରି ମତଦାତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରନ୍ତୁ |

ସମ୍ବନ୍ଧିତ ଖବର