ନୂଆଦିଲ୍ଲୀ: ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ। ମତଦାନ ପାଇଁ ତାରିଖ ଘୋଷଣା ହୋଇ ନଥିବା ବେଳେ ଏବେ ରାଲି କରିି ଲୋକଙ୍କ ସମର୍ଥନ ହାତେଇବାକୁ ଚେଷ୍ଟା କରୁଛନ୍ତି ବିଭିନ୍ନ ରାଜନୈତିିକ ଦଳ। ବିଶେଷ କରିି ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି ଜୋରଦାର ଟକ୍କର। ଗତ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ଯେଉଁ ଅଞ୍ଚଳରେ ନିର୍ବାଚନ ପାଇଁ ପ୍ରଚାର କରିଥିଲେ ଆଜି ସେ ଅଞ୍ଚଳରେ ରାଲି କରି ପ୍ରଧାନମନ୍ତ୍ରୀଙ୍କୁ 'ଦଙ୍ଗାବାଜ' ବୋଲି ଆକ୍ଷେପ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ସହ ତାଙ୍କୁ ‘ଦାନବ’ କହିବାକୁ ମଧ୍ୟ ପଛାଇ ନାହାନ୍ତି।
Free Press Journalହୁଗୁଳିରେ ରାଲି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଦେଶ ଏକ ଦାନବ ଦ୍ୱାରା ଶାସିତ ହେଉଛି। ସେମାନେ ଆମର ମେରୁଦଣ୍ଡ ଭାଙ୍ଗିବାକୁ ଚେଷ୍ଟା କରିବେ। ସେମାନେ ଆମ ରାଜ୍ୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବେ। ସେମାନେ ପଶ୍ଚିମବଙ୍ଗକୁ ଦଖଲ କରିବାକୁ ଉଦ୍ୟମ କରିବେ । ଆପଣମାନେ ଏହା ଚାହୁଁଛନ୍ତି କି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ବଡ଼ 'ଦଙ୍ଗାବାଜ'। ପଶ୍ଚିମବଙ୍ଗକୁ ହାତେଇବାର ତାଙ୍କର ଯେଉଁ ବିଶ୍ବାସ ଏବଂ ଇଚ୍ଛା ରହିିଛି, ତାହା କେବେ ପୂରଣ ହେବ ନାହିଁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆମ ପ୍ରଧାନମନ୍ତ୍ରୀଙ୍କର ଆହୁରି ଖରାପ ଦଶା ହେବ। ବିଧାନସଭା ନିର୍ବାଚନରେ ମୁଁ ଗୋଲକିପର ହେବି ଏବଂ ବିଜେପି ଗୋଟିଏ ବି ଗୋଲ ସ୍କୋର କରିପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/t-43.jpg)