କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଭାରତୀୟ ଜନତା ପାଟି(ବିଜେପି)ର ଦଳୀୟ ସ୍ଲୋଗାନ୍ ‘ଜୟ ଶ୍ରୀ ରାମ’କୁ ନେଇ ବିଜେପିକୁ ଥଟା କରିଛନ୍ତି। ସେ କହିଛନ୍ତି ଯେ ବିଜେପିର ନେତାମାନେ ଏକ ହିନ୍ଦୁ ସ୍ଲୋଗାନ୍କୁ ଭୁଲ୍ ତରିକାରେ ଦଳୀୟ ସ୍ଲୋଗାନ ଭାବେ ବ୍ୟବହାର କରୁଛନ୍ତି।
ମମତା ଏକ ଫେସ୍ବୁକ୍ ପୋଷ୍ଟ୍ ଜରିଆରେ କହିଛନ୍ତି କି ‘ଗଣମାଧ୍ୟମକୁ ହାତ କରି କିଛି ବିଜେପି ନେତା ଘୃଣା ପ୍ରଘଟ କରିବାକୁ ଚାହାନ୍ତି। ନକଲି ଭିଡିଓ ଖବର ପ୍ରଚାର କରି ଜନତାଙ୍କ ଭିତରେ ଦ୍ୱନ୍ଦ୍ୱ ଉପୁଜାଇବା ସହ ସତ୍ୟ ଓ ବାସ୍ତବତାକୁ ଲୁଚାଇ ରଖାଯାଉଛି।’
ମମତା ଶେଷରେ ଆହୁରି ବି ଲେଖିଛନ୍ତି ଯେ ପ୍ରତ୍ୟେକ ଦଳର କିଛି ସ୍ଲୋଗାନ୍ ରହିଛି। ସମସ୍ତଙ୍କର ନିଜ ପସନ୍ଦ ରହିଛି। ଆମକୁ ସେ ନେଇ କୌଣସି ଅସୁବିଧା ନାହିଁ ମାତ୍ର ବିଜେପି ଭୁଲ୍ ତରିକାରେ ଦଳୀୟ ସ୍ଲେଗାନ୍ ବ୍ୟବହାର କରୁଛି। କେବଳ ସେତିକି ନୁହେଁ ବିଜେପି ଧାର୍ମିକ ଭାବନା ସହ ରାଜନୀତିକୁ ମିଶାଇ ଦେଉଛି ବୋଲି ବାନାର୍ଜୀ ଅଭିଯୋଗ ଆଣି ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/aa-Cover-s9r9jehivr5754d3r1uui5rgm2-20161203024355.Medi_-784x441.jpeg)