ବୀରଭୂମ ହତ୍ୟା: ବିଜେପି ପ୍ୟାନେଲର ରିପୋର୍ଟକୁ ମମତା ବାନାର୍ଜୀଙ୍କ ନିନ୍ଦା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କହିଛନ୍ତି ଯେ, ବୀରଭୂମ ହିଂସା ବାବଦରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦିଆଯାଇଥିବା ବିଜେପି ସତ୍ୟ-ଉଦ୍‌ଘାଟନ କମିଟିର ରିପୋର୍ଟ ହେଉଛି ଉଦ୍ଦେଶ୍ୟ-ପ୍ରଣୋଦିତ। ଏହା ସିବିଆଇ ତଦନ୍ତକୁ ପ୍ରଭାବିତ ଓ ବାଟବଣା କରିବ।

ସୂଚନାଯୋଗ୍ୟ, ତୃଣମୂଳ କଂଗ୍ରେସ ନେତା ଭଦୁ ଶେଖଙ୍କ ହତ୍ୟା ଘଟଣା ପରେ ମାର୍ଚ୍ଚ ୨୧ ତାରିଖରେ ରାମପୁର ହାଟ ନିକଟ ବଗତୁଇ ଗାଁରେ ପେଟ୍ରୋଲ ବମ୍ ପକାଇ ଘର ପୋଡ଼ିବା ସହ ୮ ଜଣ ଲୋକଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା ଏବଂ ପରେ ଆଉ ଜଣେ ଆହତଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ଉପରେ ବିଜେପିର ଫ୍ୟାକ୍ଟ-ଫାଇଣ୍ଡିଂ କମିଟି ‌ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି ତାହା ଉଦ୍ଦେଶ୍ୟ-ପ୍ରଣୋଦିତ ବୋଲି ମମତା ଅଭିଯୋଗ କରିଛନ୍ତି। ବିଜେପି ଓ କେନ୍ଦ୍ର ସରକାରଙ୍କର ଏଭଳି ମନୋଭାବକୁ ସେ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଗୋଟିଏ ତଦନ୍ତ ଚାଲିଛି ସେତେବେଳେ କୌଣସି ଦଳ ପକ୍ଷରୁ ସେଥିରେ ହସ୍ତକ୍ଷେପ କରାଯିବା ଉଚିତ ନୁହେଁ। ଏହା କ୍ଷମତାର ଦୁରୁପଯୋଗ। ଏହା ଖରାପ, ପ୍ରତିହିଂସାତ୍ମକ ଓ ପକ୍ଷପାତଦୁଷ୍ଟ ମନୋଭାବ। ବିଜେପି କ’ଣ ଭାବୁଛି ସେମାନେ ଏକା ଏ ଦେଶରେ ରହିବେ ବୋଲି ମମତା ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର