ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ଜେଜେବାପା ହୋଇଛନ୍ତି। ଲାଲୁଙ୍କ ସାନ ପୁଅ ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ତାଙ୍କର ଦ୍ୱିତୀୟ ସନ୍ତାନର ବାପା ହୋଇଛନ୍ତି।
ଯାଦବ ପରିବାରର ଏଭଳି ଖୁସିର ମୁହୂର୍ତ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ତେଜସ୍ୱୀ ଯାଦବଙ୍କୁ ତଥା ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି।
Delighted to share in the joy of Tejashwi Yadav and Rajshri Yadav as they welcome a beautiful baby boy. My warmest wishes and heartfelt blessings to them, to Lalu Ji, and to the entire family. It was a pleasure to meet them today. Seeing both mother and child in good health… pic.twitter.com/aeaaqURbla
— Mamata Banerjee (@MamataOfficial) May 27, 2025
ମମତା ଯାଦବଙ୍କ ପରିବାରକୁ ଭେଟିବା ପରେ ପ୍ରତିକ୍ରିୟାରେ କହିଛନ୍ତି, "ତେଜସ୍ୱୀ ଯାଦବ ଏବଂ ରାଜଶ୍ରୀ ଯାଦବଙ୍କ ଘରେ ଏକ ସୁନ୍ଦର ସନ୍ତାନର ଆଗମନର ଆନନ୍ଦରେ ସାମିଲ ହୋଇ ମୁଁ ବହୁତ ଖୁସି। ଲାଲୁ ଜି ଏବଂ ସମଗ୍ର ପରିବାରକୁ ମୋର ଆନ୍ତରିକ ଶୁଭେଚ୍ଛା ଏବଂ ଆଶୀର୍ବାଦ।