ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ବିଭିନ୍ନ ବିରୋଧୀ ଦଳଗୁଡ଼ିକର ନେତା ତଥା ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଏହା ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି। ତା’ଛଡ଼ା ବାନାର୍ଜୀ ଆସନ୍ତା ୧୫ ତାରିଖରେ ଦିଲ୍ଲୀର କନ୍ଷ୍ଟିଚ୍ୟୁସନ କ୍ଲବ୍ରେ ବିରୋଧୀ ଦଳ ନେତାମାନଙ୍କର ଏକ ବୈଠକ ମଧ୍ୟ ଡକାଇଛନ୍ତି। ତୃଣମୂଳ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତି ଅନୁଯାୟୀ ମମତା ରାଷ୍ଟ୍ରପତି ନିର୍ବାଚନ ନେଇ କାର୍ଯ୍ୟପନ୍ଥା ସ୍ଥିର କରିବା ନିମନ୍ତେ ସମସ୍ତ ପ୍ରଗତିଶୀଳ ବିରୋଧୀ ଶକ୍ତିକୁ ଜୁନ୍ ୧୫ରେ କନ୍ଷ୍ଟିଚ୍ୟୁସନ କ୍ଲବ୍ରେ ଏକ ବୈଠକରେ ଏକଜୁଟ ହେବା ପାଇଁ ଆହ୍ବାନ ଦେଇଛନ୍ତି। ତୃଣମୂଳ ସୁପ୍ରିମୋ ଏ ବାବଦରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଏନ୍ସିପି ଅଧ୍ୟକ୍ଷ ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେରଳ ମୁଖ୍ୟମନ୍ତ୍ରୀ ତଥା ବାମନେତା ପିନାରାୟି ବିଜୟନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମହାରାଷ୍ଟ୍ରର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି। ସେ ମଧ୍ୟ ତାଙ୍କର ତେଲେଙ୍ଗାନା ପ୍ରତିପକ୍ଷ କେ ଚନ୍ଦ୍ରଶେଖର ରାଓ, ତାମିଲନାଡ଼ୁର ଏମ୍କେ ଷ୍ଟାଲିନ, ଝାଡ଼ଖଣ୍ଡର ହେମନ୍ତ ସୋରେନ ଏବଂ ପଞ୍ଜାବର ଭଗୱନ୍ତ ମାନ୍ଙ୍କ ସହ ଯୋଗାଯୋଗ କରିଥିବା ଏଥିରେ ଉଲ୍ଲେଖ କରାଯାଇଛି। ନିର୍ବାଚନ କମିସନଙ୍କ ଘୋଷଣା ଅନୁଯାୟୀ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଏବଂ ଭୋଟ ଗଣତିର ଆବଶ୍ୟକତା ଥିଲେ ଜୁଲାଇ ୨୧ରେ ତାହା ଗଣତି ହେବ।
ଦିଲ୍ଲୀରେ ବିରୋଧୀ ଦଳ ନେତାଙ୍କ ବୈଠକ ଡକାଇଲେ ମମତା
/sambad/media/post_attachments/wp-content/uploads/2021/12/Mamata-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)