ଦୁର୍ଗାପୂଜା ମଣ୍ଡପରେ ଦେଖିବାକୁ ମିଳିବ ମମତାଙ୍କ ୧୦ଟି ହାତ ଥିବା ମୂର୍ତ୍ତି

କୋଲକାତା: ପଶ୍ଚିମ ବଙ୍ଗରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି। ଏହା ରାଜ୍ୟର ସବୁଠାରୁ ବଡ଼ ପର୍ବ। ଚଳିତ ଥର ମଣ୍ଡପକୁ ସୁନ୍ଦର ଭାବେ ସଜ୍ଜା ଯିବ। ଏହି କ୍ରମରେ ଏକ ବିବାଦ ମୁଣ୍ଡ ଟେକିଛି। ଚଳିତଥର ଦୁର୍ଗା ମଣ୍ଡପରେ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ମୂର୍ତ୍ତି ଦେଖିବାକୁ ମିଳିବ।

ଶିଳ୍ପୀ ମିଣ୍ଟୁ ପାଲ ନିଜର ଟିମ ସହିତ ମିଶି ମମତା ବନାର୍ଜୀଙ୍କ ୧୦ହାତ ଥିବା ମୂର୍ତ୍ତି ତିଆରି କରୁଛନ୍ତି। ଏହି ମୂର୍ତ୍ତି ଦୁର୍ଗା ପୂଜା ସମୟରେ ଗୋଟିଏ ମଣ୍ଡପରେ ରଖାଯିବ। କୁହାଯାଉଛି ମମତା ବାନାର୍ଜୀଙ୍କ କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ ହୋଇଥିବା ୧୦ଟି ଯୋଜନାକୁ ମୂର୍ତ୍ତୀ ଜରିଆରେ ଦର୍ଶାଯିବ।

ଶିଳ୍ପୀ ସ୍ପଷ୍ଟ କରିଛନ୍ତି କି ଏହି ମୂର୍ତ୍ତୀକୁ ନେଇ କୌଣସି ପ୍ରକାର ବିବାଦ ହେବା ଉଚିତ ନୁହେଁ। ପୂର୍ବରୁ ଅନେକ ନେତାଙ୍କ ଏଭଳି ଭାବେ ମୂର୍ତ୍ତି ତିଆରି କରାଯାଇଥିଲା। ଶିଳ୍ପୀ ଏହା ବି ସ୍ପଷ୍ଟ କରିଛନ୍ତି କି ମମତାଙ୍କ ଏହି ମୂର୍ତ୍ତିକୁ ପୂଜା କରାଯିବ ନାହିଁ। ଏହାକୁ କେବଳ ମଣ୍ଡପରେ ଲୋକଙ୍କ ମନୋରଞ୍ଜନ ପାଇଁ ରଖାଯିବ।

 

ସମ୍ବନ୍ଧିତ ଖବର