ଜମ୍ମୁ ଓ କଶ୍ମୀରରେ ପାଞ୍ଚ ଜଣ ପଶ୍ଚିମବଙ୍ଗ ଶ୍ରମିକ ହତ୍ୟା ଘଟଣାରେ କ୍ଷୋଭ ପ୍ରକାଶ କଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଠାରେ ଆତଙ୍କବାଦୀଙ୍କ ଦ୍ୱାରା ପାଞ୍ଚଜଣ ମୁର୍ଶିଦାବାଦୀ ଶ୍ରମିକ ନିହତ ହେବା କଥାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷୋଭ ଓ ଦୁଃଖ ପ୍ରକାଶ କରିଛନ୍ତି। ସେ ଶ୍ରମିକମାନଙ୍କର ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ମମତା ଟୁଇଟ୍‌ କରିଛନ୍ତି: କଶ୍ମୀରରେ ପାଶବିକ ହତ୍ୟା ଯୋଗୁଁ ଆମେ ଆଘାତପ୍ରାପ୍ତ ଓ ଅତି ଦୁଃଖିତ। କଥା ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କର ଦୁଃଖ ଦୂର କରିବ ନାହିଁ। ଏହି ବିୟୋଗାନ୍ତ ପରିସ୍ଥିତିରେ ସେ ପରିବାରବର୍ଗଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ।

Image Source: India Today

ନିହତ ପାଞ୍ଚ ଶ୍ରମିକ କଶ୍ମୀରରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ସେମାନଙ୍କ ବ୍ୟତୀରେକେ, ଅନ୍ୟ ଜଣେ ଶ୍ରମିକ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଥିଲେ।

ପାଞ୍ଚ ମୃତ ଶ୍ରମିକଙ୍କ ପରିଚୟ ହେଉଛି- ଶେଖ୍‌ କମ୍‌ରୁଦ୍ଦିନ୍‌, ଶେଖ୍‌ ଏମ୍‌ ରଫିକ୍‌, ଶେଖ୍‌ ମୁର୍ଣ୍ଣସୁଲିନ୍‌, ଶେଖ୍‌ ନିଜାମଉଦ୍ଦିନ୍‌ ଏବଂ ମହମ୍ମଦ ରଫି ଶେଖ୍‌। ଆହତ ଶ୍ରମିକଙ୍କ ନାମ ଜହୂରଉଦିନ୍‌।

ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି କଶ୍ମୀରରେ ଆତଙ୍କବାଦୀମାନଙ୍କର ଚତୁର୍ଥ ଆକ୍ରମଣ।

ସମ୍ବନ୍ଧିତ ଖବର