ନୂଆଦିଲ୍ଲୀ: ବଙ୍ଗ ନିର୍ବାଚନରେ କେନ୍ଦ୍ରୀୟ ପୁଲିସ ବଳ ମତଦାନ ବୁଥ୍ ଅକ୍ତିଆର କରିଥିଲେ ବୋଲି ଦେଇଥିବା ମନ୍ତବ୍ୟ ଉପରେ ସ୍ପଷ୍ଟିକରଣ ଦେବାକୁ କହି ଭାରତର ନିର୍ବାଚନ କମିସନ୍ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କ ପାଖକୁ ଆଉ ଏକ ନୋଟିସ୍ ପଠାଇଛି।
ମାର୍ଚ ୨୮ ଓ ଏପ୍ରିଲ୍ ୭ ତାରିଖରେ କେନ୍ଦ୍ରୀୟ ବଳ ସଂକ୍ରାନ୍ତରେ ସେ ଦେଇଥିବା ମନ୍ତବ୍ୟ ବୁଝାଇ ଦେବାକୁ ନିର୍ବାଚନ କମିସନ୍ ଏହି ନୋଟିସ୍ରେ ମମତା ବାନାର୍ଜୀଙ୍କୁ କହିଛି। ଏପ୍ରିଲ୍ ୧୦ ତାରିଖ ସୁଦ୍ଧା ଏ ସଂକ୍ରାନ୍ତ ଜବାବ ଦାଖଲ କରିବା ଲାଗି ମମତା ବାନାର୍ଜୀଙ୍କୁ କୁହାଯାଇଛି।
ମାର୍ଚ ୨୮ ତାରିଖରେ ମମତା ବାନାର୍ଜୀ କହିଥିଲେ, ମହିଳାମାନଙ୍କୁ ଧମକ ଚମକ ଦେଇ ଭୋଟ୍ ଦେବାକୁ ନ ଛାଡ଼ିବା ଲାଗି କେନ୍ଦ୍ରୀୟ ପୁଲିସକୁ କିଏ ଏତେ କ୍ଷମତା ଦେଇଛି? ୨୦୧୯ରେ ମଧ୍ୟ ମୁଁ ଏ କଥା ଦେଖିଥିଲି। ୨୦୧୬ରେ ମଧ୍ୟ ଏମିତି ହୋଇଥିଲା।
Image Courtesy of Rediffmailଗୁରୁବାର ଦିନ ମମତା ବାନାର୍ଜୀ କହିଥିଲେ ଯେ, ନିର୍ବାଚନ କମିସନ ୧୦ଟା ନୋଟିସ୍ ପଠାଇଲେ ବି ସେ ବିବୃତିରେ ବଦଳାଇବେ ନାହିଁ। ସେ ମଧ୍ୟ ଜାଣିବାକୁ ଚାହିଁଥିଲେ ଯେ, ନିର୍ବାଚନୀ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ହିନ୍ଦୁ ଓ ମୁସଲମାନ ଭୋଟ୍ ବ୍ୟାଙ୍କ୍ ପ୍ରତି ଇଙ୍ଗିତ କରୁଥିଲେ ବି ତାଙ୍କ ବିରୋଧରେ କାହିଁକି ଅଭିଯୋଗ ପଞ୍ଜିକରଣ ହେଉନାହିଁ?
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରି ବୁଧବାର ଦିନ ମଧ୍ୟ ନିର୍ବାଚନ କମିସନ୍ ମମତା ବାନାର୍ଜୀଙ୍କୁ ଏକ ନୋଟିସ୍ ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/EC-Letters-to-Mamta_Thumbnail.jpg)