ମମତା ବାନାର୍ଜୀ ହେଉଛନ୍ତି ବିରୋଧୀଙ୍କୁ ରୁକ୍ଷ କଥା କହୁଥିବା ଇତର ରାଜନେତ୍ରୀ: ବିଜେପି ନେତା ଅମିତ ମାଲଭିୟ

କୋଲ୍‌କାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀମାନଙ୍କ ପ୍ରତି ରୁକ୍ଷ ଭାଷା ପ୍ରୟୋଗ କରୁଥିବା ଇତର ରାଜନେତ୍ରୀ ବୋଲି ବିଜେପି ନେତା ଅମିତ ମାଲଭିୟ ଆଜି ସମାଲୋଚନା କରି କହିଛନ୍ତି।

ଟୁଇଟ୍‌ କରି ମାଲଭିୟ ଲେଖିଛନ୍ତି: ମମତା ବାନାର୍ଜୀ ହେଉଛନ୍ତି ବିରୋଧୀମାନଙ୍କ ପ୍ରତି ରୁକ୍ଷ ଭାଷା ପ୍ରୟୋଗ କରୁଥିବା ଇତର ରାଜନେତ୍ରୀ। ସେ କେତେ ନିମ୍ନସ୍ତରକୁ ଯାଇ ପାରନ୍ତି ତାହା ଆମେ ବିଧାନସଭା ନିର୍ବାଚନରେ ସେ ଦେଇଥିବା ବିବୃତିରୁ ଜାଣିଛନ୍ତି। ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ୍‌ କରୁଥିବା ରୋଦ୍ଦୁର୍‌ ରାୟଙ୍କୁ ଗିରଫ କରିବା ପାଇଁ ଆଦେଶ ଦେବା କ୍ଷମତାର ଅପବ୍ୟବହାରକୁ ହିଁ ଦର୍ଶାଉଛି।

Image Courtesy of Yes Punjabi

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ କୋଲ୍‌କାତା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ରୋଦ୍ଦୁର୍‌ ରାୟଙ୍କୁ ଗିରଫ କରିଥିଲା। ମେ ୩୧ ତାରିଖ ରାତିରେ ଜନପ୍ରିୟ ଗାୟକ କେକେଙ୍କ ଆକସ୍ମିକ ମୃତ୍ୟୁ ଘଟଣାରେ ରୋଦ୍ଦୁର୍‌ ରାୟ କଟୂଭାଷା ପ୍ରୟୋଗ କରିଥିଲେ।

Image Courtesy of NDTV

ରୋଦ୍ଦୁର୍‌ ପୋଷ୍ଟ କରିଥିବା ଉକ୍ତ ବିବାଦୀୟ ଭିଡିଓଟିକୁ ସରକାରୀ କର୍ତ୍ତୃପକ୍ଷମାନେ ସାମାଜିକ ଗଣମାଧ୍ୟମରୁ ଡିଲିଟ୍‌ କରି ଦେଇଛନ୍ତି। ନିଜକୁ କବି ଓ ଭିଡିଓ କ୍ରିଏଟର୍‌ ବୋଲି ଦାବି କରୁଥିବା ରାୟ ରବୀନ୍ଦ୍ରନାଥ ଠାକୁରଙ୍କ ଗୀତଗୁଡ଼ିକୁ ଅଣପାରମ୍ପରିକ ‌ଭାବେ ଗାୟନ କରି ପୂର୍ବରୁ ବିବାଦ ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର