କୋଲ୍କାତା: ଗୃହ ବିଭାଗ ଦାୟିତ୍ବରେ ଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହରିୟାଣାର ସୂରଜକୁଣ୍ଡରେ କେନ୍ଦ୍ର ସରକାର ଆହୂତ କରିଥିବା ରାଜ୍ୟ ଗୃହମନ୍ତ୍ରୀଙ୍କ ଦୁଇଦିନିଆ ସମାବେଶ ‘ଚିନ୍ତନ ଶିବିର’ରେ ଯୋଗ ଦେବେନାହିଁ।
ପଶ୍ଚିମବଙ୍ଗ ସରକାରଙ୍କର ଜଣେ ଉଚ୍ଚସ୍ତରୀୟ ଅଧିକାରୀ କହିଛନ୍ତି, ଆଜିଠାରୁ ଆରମ୍ଭ ହେଉଥିବା ‘ଚିନ୍ତନ ଶିବିର’କୁ ମମତା ବାନାର୍ଜୀଙ୍କ ସରକାର ଗୃହ ସଚିବ ବି. ପି. ଗୋପାଳିକା ଅଥବା ପୁଲିସ ମହାନିର୍ଦେଶକ ମନୋଜ ମାଲବୀୟଙ୍କୁ ନ ପଠାଇ ଅତିରିକ୍ତ ମହାନିର୍ଦେଶକ (ଗୃହରକ୍ଷୀ) ନୀରଜ କୁମାର ସିଂହଙ୍କୁ ପଠାଇବେ।
ନୂଆଦିଲ୍ଲୀରେ ଅବସ୍ଥାପିତ ପଶ୍ଚିମବଙ୍ଗ ‘ରେସିଡେଣ୍ଟ୍ କମିସନର୍’ ରାମ ଦାସ ମୀନା ମଧ୍ୟ ଉକ୍ତ ଶିବିରରେ ଯୋଗ ଦେବେ ବୋଲି ସେ କହିଛନ୍ତି।
Image Courtesy of Zee Newsଗଣମାଧ୍ୟମକୁ ଉକ୍ତ ଅଧିକାରୀଜଣକ କହିଛନ୍ତି, ପର୍ବପର୍ବାଣି ସମୟ ଚାଲିଥିବାରୁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଛି। ଗୁରୁବାର ଦିନ ‘ଭାଇ ଫୋତା’ ଏବଂ ତା’ପରେ ପରେ ‘ଛଟ୍ ପୂଜା’ ପଡ଼ିବ। ତେଣୁ, ମୁଖ୍ୟମନ୍ତ୍ରୀ ରାଜ୍ୟ ଛାଡ଼ି ଯାଇ ପାରିବେ ନାହିଁ। ଆମ ଗୃହ ସଚିବ ଏବଂ ପୁଲିସ ମହାନିର୍ଦେଶକ ଉପରୋକ୍ତ କାରଣରୁ ‘ଚିନ୍ତନ ଶିବିର’ରେ ଯୋଗ ଦେଇ ପାରିବେ ନାହିଁ।
ଉଲ୍ଲେଖଯୋଗ୍ୟ, ହରିୟାଣାର ସୂରଜକୁଣ୍ଡରେ ଅକ୍ଟୋବର ୨୭ ଓ୨୮ରେ ହେବାକୁ ଥିବା ରାଜ୍ୟ ଗୃହ ସଚିବମାନଙ୍କ ଦୁଇଦିନିଆ ‘ଚନ୍ତନ ଶିବିର’ରେ ‘ସାଇବର ଅପରାଧ’ ମୁକାବିଲା ନିମନ୍ତେ ‘ଇକୋସିଷ୍ଟମ୍’ ବିକାଶ, ଅପରାଧିକ ବିଚାର କ୍ଷେତ୍ରରେ ‘ଆଇଟି’ର ବ୍ୟବହାର ବୃଦ୍ଧି, ମହିଳାମାନଙ୍କ ନିରାପତ୍ତା, ତଟ ସୁରକ୍ଷା ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ନିରପତ୍ତା ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Mamta-Will-Not-Attain-Sahs-Meeting_Thumbnail-1.jpg)