ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଚାହିଁଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ରାସ୍ତାରେ ଭେଟିବେ, କିନ୍ତୁ ରାଜଭବନ ଯିବେ ନାହିଁ, କାରଣ ତାଙ୍କ ପାଖରେ ବସିଲେ ମଧ୍ୟ ପାପ ହେବ ।

Advertisment

ରାଜଭବନର ଜଣେ ମହିଳା କର୍ମଚାରୀ ରାଜ୍ୟପାଳଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ସିସିଟିଭି ଫୁଟେଜ୍ ଯାଞ୍ଚ ବିଷୟରେ ଉଲ୍ଲେଖ କରିଥିଲେ। ଏହାକୁ ଏଡିଟ୍ କରାଯାଇଛି ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପାଖରେ ସମସ୍ତ ଫୁଟେଜ୍ ସହିତ ଏକ ପେନ୍ ଡ୍ରାଇଭ୍ ଅଛି ଏବଂ ଭିଡିଓ ମଧ୍ୟ ଅଛି।

ସେ କହିଛନ୍ତି “ରାଜ୍ୟପାଳ ସିଭି ଆନନ୍ଦ ବୋଷ କହୁଛନ୍ତି ଦିଦିଗିରିକୁ ବରଦାସ୍ତ କରାଯିବ ନାହିଁ, କିନ୍ତୁ ରାଜ୍ୟପାଳ, ମୁଁ କହୁଛି ଆପଣଙ୍କ 'ଦାଦାଗିରି' ଏବେ କାମ କରିବ ନାହିଁ। ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ସେ କାହିଁକି ନିଜ ପଦ ଛାଡ଼ିବେ ନାହିଁ ତାହା ବୋଷ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି। ମୁଁ ଶୁଣିଛି ସେ ଗତକାଲି ଗଣମାଧ୍ୟମକୁ ଫୋନ୍ କରିଥିଲେ। ସେ ତୁମକୁ ପୂରା କଥା ଦେଖାଇଛନ୍ତି କି?"