କେନ୍ଦ୍ର ବିରୋଧରେ ଦୁଇଦିନିଆ ଧାରଣାରେ ମମତା ବାନାର୍ଜୀ

କୋଲକାତା: ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ତଥା କେନ୍ଦ୍ର ସରକାରଙ୍କ ବିରୋଧରେ ଆଜିଠାରୁ ଦୁଇଦିନିଆ ଧାରଣା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଆଜି ଧର୍ମତାଲାସ୍ଥିତ ସହିଦ ମିନାର ନିକଟରେ ଧାରଣାରେ ବସିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ସଂସଦ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଟିଏମ୍‌ସି ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତା କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ସରକାର ରାଜ୍ୟ ପାଇଁ ମନରେଗା ପ୍ରକଳ୍ପ ତଥା ଇନ୍ଦିରା ଆବାସ ଯୋଜନା ବାବଦ ପାଣ୍ଠି ବନ୍ଦ କରି ଦେଇଛନ୍ତି।

ଏଥିସହିତ ଓବିସି ଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି ମଧ୍ୟ ବନ୍ଦ କରି ଦେଇଛନ୍ତି। ୧୨,୦୦୦ କିମି ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ପାଇଁ ଏକ ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏହାପୂର୍ବରୁ ବାନାର୍ଜୀ ଅଭିଯୋଗ କରିଥିଲେ ଯେ, ପଶ୍ଚିମବଙ୍ଗ କେନ୍ଦ୍ରରୁ ଏହାର ପ୍ରାପ୍ୟ ପାଇନାହିଁ ଏବଂ ଚଳିତବର୍ଷର ବଜେଟରେ ମଧ୍ୟ ରାଜ୍ୟ ପାଇଁ କିଛି ନାହିଁ। ‘ସେଭ୍ ଡେମୋକ୍ରାସି, ଫେଡେରାଲଜିମ୍ ଏବଂ ସଂସଦ’ ପ୍ରସଙ୍ଗରେ ଟିଏମ୍‌ସି ସାଂସଦମାନେ ଏହି ପ୍ରତିବାଦ କରିଥିଲେ।

ସମ୍ବନ୍ଧିତ ଖବର