ବିଜେପିର ପାର୍ଟି କାର୍ଯ୍ୟାଳୟକୁ ଯାଇ ତାଲା ଖୋଲି ସେଥିରେ ନିଜେ ତୃଣମୂଳ କଂଗ୍ରେସର ଚିହ୍ନ ଆଙ୍କିଲେ ମମତା ବାନାର୍ଜୀ
କୋଲକାତା: ୨୦୧୯ ଲୋକସଭା ନିର୍ବାଚନ ସରିଥିଲେ ବି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲାଗିଥିବା ବିବାଦର ଅନ୍ତ ଘଟି ନାହିଁ । ଏବେ ପୁଣି ଏକ ଚମକପ୍ରଦ ଖବର ମିଳିଛି। ତାହା ହେଲା କି ନିଜେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବିଜେପିର ଏକ ପାର୍ଟି କାର୍ଯ୍ୟାଳୟକୁ ଯାଇ ତାହାର ତାଲା ଖୋଲି ସେଥିରେ ନିଜେ ତୃଣମୂଳ କଂଗ୍ରେସର ଚିହ୍ନ ଆଙ୍କିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ଉତ୍ତର ୨୪ ପରଗନା ଜିଲ୍ଲାରେ ମମତା ବାନାର୍ଜୀ ବିଜେପି କାର୍ଯ୍ୟାଳୟ ପହଂଚି ସେଠାରେ ତାଲା ଖୋଲିଛନ୍ତି ଏବଂ ନିଜେ ତୃଣମୂଳ କଂଗ୍ରେସର ସଙ୍କେତ ଆଙ୍କିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ତାଙ୍କ କାର୍ଯ୍ୟାଳୟ ଉପରେ କବଜା କରିଛି । ଏଣୁ ସେ ତାର ପ୍ରତିବାଦରେ ଏହା କରିଛନ୍ତି।
W Bengal: Post polls, politics of ‘capturing offices’ begins between TMC, BJP
Read @ANI Story | https://t.co/6n9pcUeVvc pic.twitter.com/nZ46cIWAtn
— ANI Digital (@ani_digital) 3 June 2019
ଏଠାରେ ସୂଚନା ଯୋଗ୍ୟ ଯେ ବିଜେପି ଜୟ ଶ୍ରୀରାମ ଲେଖି ୧୦ ଲକ୍ଷ ପୋଷ୍ଟ କାର୍ଡ ମମତାଙ୍କ ନିବାସକୁ ପଠାଇବା ପାଇଁ କହିଥିଲା । ତାପରେ ମମତା ନିଜର କର୍ମୀମାନଙ୍କୁ ଫୋନ୍ ରିସିଭ୍ କରିବା ବେଳେ ଜୟ ବାଙ୍ଗଲା ବୋଲି କହିବାକୁ ନିର୍ଦ୍ଦେଶ ଦେଇଥିଲେ।