କୋଲକାତା: ପଶ୍ଚିମବଙ୍ଗର ୩ ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଡେପୁଟେସନରେ ପଠାଇବାକୁ କେନ୍ଦ୍ରରୁ ନୋଟିସ୍ ହୋଇଥିଲେ ବି ସେମାନଙ୍କୁ ଡେପୁଟେସନରେ ପଠାଇବାକୁ ସିଧା ସିଧା ମନା କରିଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରାଳୟକୁ ପଶ୍ଚିମବଙ୍ଗ ସରକାର ଚିଠି ଲେଖିଛନ୍ତି ଓ ଏହି ଚିଠି କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରେ ପହଞ୍ଚିଥିବା ସୂଚନା ମିଳିଛି ।
କେନ୍ଦ୍ର ସରକାର ପଶ୍ଚିମବଙ୍ଗ କ୍ୟାଡରର ତିନିଜଣ ଆଇପିଏସ ଅଫିସର ରାଜୀବ ମିଶ୍ରା, ପ୍ରବୀଣ କୁମାର ଓ ଭୋଳାନାଥ ପାଣ୍ଡେଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ଡକାଯାଇଥିଲା । ଏହି ତିନିଜଣ ଆଇପିଏସ ଅଫିସର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତବେଳେ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ । ଏମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲେ ।
livemint/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/t-123.jpg)