ଗୃହମନ୍ତ୍ରାଳୟର ନିର୍ଦ୍ଦେଶ ପରେ ମଧ୍ୟ ୩ ଆଇପିଏସଙ୍କୁ ଡେପୁଟେସନରେ ଛାଡିବାକୁ ମନା କଲେ ମମତା

କୋଲକାତା: ପଶ୍ଚିମବଙ୍ଗର ୩ ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଡେପୁଟେସନରେ ପଠାଇବାକୁ କେନ୍ଦ୍ରରୁ ନୋଟିସ୍ ହୋଇଥିଲେ ବି ସେମାନଙ୍କୁ ଡେପୁଟେସନରେ ପଠାଇବାକୁ ସିଧା ସିଧା ମନା କରିଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରାଳୟକୁ ପଶ୍ଚିମବଙ୍ଗ ସରକାର ଚିଠି ଲେଖିଛନ୍ତି ଓ ଏହି ଚିଠି କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରେ ପହଞ୍ଚିଥିବା ସୂଚନା ମିଳିଛି ।

କେନ୍ଦ୍ର ସରକାର ପଶ୍ଚିମବଙ୍ଗ କ୍ୟାଡରର ତିନିଜଣ ଆଇପିଏସ ଅଫିସର ରାଜୀବ ମିଶ୍ରା, ପ୍ରବୀଣ କୁମାର ଓ ଭୋଳାନାଥ ପାଣ୍ଡେଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ଡକାଯାଇଥିଲା ।  ଏହି ତିନିଜଣ ଆଇପିଏସ ଅଫିସର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତବେଳେ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ । ଏମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲେ ।

West Bengal Chief Minister Mamata Banerjee. (PTI)
livemint

 

ସୂଚନା ମୁତାବକ, କେନ୍ଦ୍ର ସରକାର ନିଜ କ୍ଷମତା ବଳରେ କୌଣସି ସେବା ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ରେ ଡାକି ପାରିବେ । ଏହାସହ କୌଣସି ତ୍ରୁଟି ପାଇଁ ବି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ । ଅନ୍ୟପଟେ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ କ୍ୟାଡର ନିୟନ୍ତ୍ରଣ କେନ୍ଦ୍ର କାର୍ମିକ କର୍ତ୍ତୃପକ୍ଷ, ପେନସନ୍ ମନ୍ତ୍ରାଳୟ ଓ କେନ୍ଦ୍ର ଗୃହମନ୍ତ୍ରଣାଳୟ ଦ୍ୱାରା କରାଯାଇଥାଏ । ତେଣୁ ଏନେଇ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନଥିବା ଜଣାପଡିଛି । ତେବେ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଠିକ୍ ନଥିବା ଅନୁଭବ କରି କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟ ଶାସନ ସଚିବ ତଥା ପୁଲିସ ମହାନିର୍ଦ୍ଦେଶକଙ୍କୁ ଡକାଇଥିଲା । ହେଲେ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ସମ୍ବନ୍ଧିତ ଖବର