କୋଲକାତା : ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଉଥିବା ଅଭିଯୋଗରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୈତ୍ରଙ୍କୁ ତାଙ୍କ ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ସମର୍ଥନ ମିଳିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହୁଆ ମୈତ୍ରଙ୍କୁ ହଟାଇବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି ଯେ, ବିଜେପି ମହୁଆ ମୈତ୍ରଙ୍କୁ ଲୋକସଭାରୁ ହଟାଇବାକୁ ଯୋଜନା କରୁଛି। ଏହା ତାଙ୍କୁ  ନିର୍ବାଚନ ପୂର୍ବରୁ ଅଧିକ ଲୋକପ୍ରିୟ ହେବାରେ ସାହାଯ୍ୟ କରିବ। ସଂସଦରେ ସେ ଯାହା କହୁଥିଲେ, ଏବେ ବାହାରେ କହିବେ।

କିଛିଦିନ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାଂସଦ ମହୁଆ ମୈତ୍ରଙ୍କୁ କୃଷ୍ଣନଗର (ନଦିଆ ଉତ୍ତର)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ଏଥିପାଇଁ ସେ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ମହୁଆଙ୍କ ବିରୋଧରେ ପ୍ରଶ୍ନ ପାଇଁ ଲାଞ୍ଚ ନେବା ଅଭିଯୋଗ ଉଠିବା ପରେ  ତାଙ୍କ ବିରୋଧରେ ଲୋକସଭାର ଏଥିକ୍ସ କମିଟି ତଦନ୍ତ କରି ନିଜର ସୁପାରିଶ ବାଚସ୍ପତିଙ୍କୁ ପ୍ରଦାନ କରିସାରିଛି । କିନ୍ତୁ ଆଶ୍ଚର୍ଯ୍ୟଜନକଭାବେ ଆରମ୍ଭରୁ ଏହି ପ୍ରସଙ୍ଗରେ ଟିଏମସି ନୀରବତା ଅବଲମ୍ବନ କରିଥିଲା । ଫଳରେ ମହୁଆ ଏକୁଟିଆ ପଡ଼ିଯାଇଥିଲେ । ତେବେ ଏବେ ଧୀରେ ଧୀରେ ମହୁଆଙ୍କ ପ୍ରତି ଦଳର ସମର୍ଥନ ଆସିବାରେ ଲାଗିଛି ।