ଜଳପାଇଗୁଡ଼ି : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଶନିବାର ଦାବି କରିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ୨୦୦ ଆସନ ମଧ୍ୟ ଜିତିପାରିବ ନାହିଁ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଗ୍ୟାରେଣ୍ଟିକୁ ସେ ମିଥ୍ୟା ବୋଲି କହିଛନ୍ତି। ଉତ୍ତରବଙ୍ଗର ଜଳପାଇଗୁଡ଼ିଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବିଜେପି ଡ. ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନକୁ ନଷ୍ଟ କରୁଛି।
ସେ କହିଛନ୍ତି, “ସେ (ମୋଦୀ) ଉତ୍ତରବଙ୍ଗ ପାଇଁ କ'ଣ କରିଛନ୍ତି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟିର ପାଲରେ ପଡ଼ିବେ ନାହିଁ। ଏହା କେବଳ ଏକ ନିର୍ବାଚନୀ କୌଶଳ ଛଡ଼ା ଆଉ କିଛି ନୁହେଁ। ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଆଗାମୀ ନିର୍ବାଚନରେ ୪୦୦ରୁ ଅଧିକ ଲୋକସଭା ଆସନ ଜିତିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ବିଜେପି ୨୦୦ ଆସନ ବି ଜିତିବ ନାହିଁ।
ଗତକାଲି ସେ କୁଚବିହାରରେ ଏକ ଜନସଭା କରି ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକଙ୍କୁ ଟାର୍ଗେଟ କରିଥିଲେ ଓ ତାଙ୍କୁ ରାକ୍ଷସ ଓ ଡକାୟତ ବୋଲି କହିଥିଲେ। ଏହା ସହ ସେ ଭାରତୀୟ ଜନତା ପାର୍ଟିକୁ ମଧ୍ୟ ଟାର୍ଗେଟ କରିଥିଲେ । ମମତା ବାନାର୍ଜୀ କହିଥିଲେ ଯେ ଆମେ ସ୍ୱଚ୍ଛ ଭାବମୂର୍ତ୍ତି ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛୁ, କିନ୍ତୁ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/WhatsApp-Image-2024-04-13-at-18.11.03.jpeg)