କୋଲ୍କାତା: ପଶ୍ଚିମବଙ୍ଗର ନିନ୍ଦିଗ୍ରାମ ଆସନରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚାଲେଞ୍ଜ୍ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫାଇଲ୍ କରିଥିବା ପିଟିସନ୍ର ଶୁଣାଣି ଅନ୍ୟ ଜଣେ ବିଚାରପତି କରନ୍ତୁ ବୋଲି କୋଲ୍କାତା ହାଇକୋର୍ଟଙ୍କୁ ସେ (ମମତା ବାନାର୍ଜୀ) ଅନୁରୋଧ କରିଛନ୍ତି।
ସମ୍ପ୍ରତି ଏହି ମାମଲା ବିଚାରପତି କୌଶିକ ଚନ୍ଦାଙ୍କୁ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତରଫରୁ ତାଙ୍କ ଆଡ୍ଭୋକେଟ୍ ଏ ସଂକ୍ରାନ୍ତରେ ଲେଖିଥିବା ଚିଠିଟିକୁ ଜୁନ୍ ୧୬ ତାରିଖ ଦିନ କାଲ୍କାଟା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଦିଆଯାଇଛି। ଦୁଇଟି କାରଣ ଯୋଗୁଁ ମୁଖ୍ୟମନ୍ତ୍ରୀ ବାନାର୍ଜୀ ବିଚାରପତି ପରିବର୍ତ୍ତନ କରାଇବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି।
Image Courtesy of NDTVଚିଠିରେ ଉଲ୍ଲେଖ ଅଛି, ଅତୀତରେ ବିଚାରପତି ଚନ୍ଦା ‘ବିଜେପି’ ସହ ସମ୍ପୃକ୍ତ ଥିଲେ। ତେଣୁ, ବିଚାର ଏକତରଫା ହୋଇ ‘ବିଜେପି’ ସପକ୍ଷରେ ଚାଲିଯିବାର ଆଶଙ୍କା ଅଛି। ଏହାଛଡ଼ା, ବିଚାରପତି ଚନ୍ଦାଙ୍କୁ କାଲ୍କାଟା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯିବାରୁ ଏପ୍ରିଲ୍ ମାସରେ ମମତା ବାନାର୍ଜୀ ଆପତ୍ତି କରିଥିଲେ। ଏଥିପାଇଁ ମଧ୍ୟ ବିଚାର ଏକତରଫା ହୋଇ ପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ନ୍ୟାୟପାଳିକା ଉପରେ ସର୍ବସାଧାରଣଙ୍କର ଭରସା ଅତୁଟ ରହିବା ଉପରେ ଗୁରୁତ୍ବାରୋପ କରାଯାଇ ଏହି ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଖାଲି ବିଚାର କରିଦେଲେ ଚଳିବ ନାହିଁ; ଉଚିତ ବିଚାର ହୋଇଛି ବୋଲି ଦର୍ଶାଇ ଦିଆଯିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/mb.jpg)