ନୂଆଦିଲ୍ଲୀ : ପଶ୍ଚିମବଂଗରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ରୢାଲି ପରେ ଯେଉଁ ହିଂସା ଉପୁଜିଥିଲା ସେହି ପ୍ରସଙ୍ଗରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ରାଜାନାଥ ସିଂହଙ୍କ ମଧ୍ୟରେ ତୀବ୍ର ବାକ୍ୟ ବିନିମୟ ହୋଇଛି। ହିଂସାକାଣ୍ଡ ପରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଘଟଣା ପାଇଁ ଅସନ୍ତୋଷ ପ୍ରକାଶ କରିବା ସହ ଉକ୍ତ ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସରକାରଙ୍କଠାରୁ ଘଟଣାର ବିସ୍ତୃତ ରିପୋର୍ଟ ମାଗିଥିଲେ ରାଜନାଥ। ଅନ୍ୟପକ୍ଷରେ ମମତା ରାଜନାଥଙ୍କୁ ତାଙ୍କ ଦଳର ନେତା ଏବଂ ସମର୍ଥକମାନଙ୍କୁ ନିୟନ୍ତ୍ରଣ କରିବାପାଇଁ କହିଥିଲେ। ଉଲ୍ଲେଖଯୋଗ୍ୟ ଗତକାଲି କୋଲକାତାଠାରୁ ୧୫୦ କିମି ଦୂର କାନ୍ଥିରେ ଅମିତ ଶାହ ରୢାଲି କରିଥିଲେ। ତେବେ ଶାହଙ୍କ ରୢାଲି ଶେଷ ହେବାପରେ ଟିଏମ୍ସି ସମର୍ଥକମାନେ ଲୋକଙ୍କ ଉପରେ ଆକ୍ରମଣ କରିବା ସହ ଅନେକ ଯାନବାହନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ତୃଣମୂଳ କର୍ମୀମାନେ କେତେକ ଅଧିକାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ବହୁ ସଂଖ୍ୟାରେ ପୁଲିସ ମୁତୟନ ହୋଇଥିଲେ ମଧ୍ୟ ଏଭଳି ରାଜନୈତିକ ହିଂସା ଘଟିବା ଯୋଗୁଁ ଉତ୍ତେଜନା ଜାରି ରହିଛି।
ଶାହଙ୍କୁ ମମତାଙ୍କ ଚ୍ୟାଲେଂଜ : ଦୁର୍ନୀତିର ପ୍ରମାଣ ଦିଅ, ନହେଲେ ମାନହାନି ମକଦ୍ଦମା
କୋଲକାତା : ଚିଟ୍ ଫଣ୍ଡ କମ୍ପାନି ମାଲିକମାନେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପେଣ୍ଟିଂକୁ କୋଟି କୋଟି ଟଙ୍କା ବିନିମୟେର କିଣିଛନ୍ତି ବୋଲି ବିଜେପି ଅଧ୍ୟକ୍ଷ ଅମିତ ଶାହ ଅଭିଯୋଗ କରିଥିବାରୁ ଏହାକୁ ମମତା ଚ୍ୟାଲେଂଜ କରିଛନ୍ତି। ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏହା ପ୍ରମାଣ କରନ୍ତୁ ନହେଲେ ମାନହାନି ମକଦ୍ଦମା କରିବେ ବୋଲି ମମତା କହିଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଶିଷ୍ଟାଚାର ଜଣାନାହିଁ ବୋଲି ମମତା କହିଛନ୍ତି। ବିଜେପି ନେତା ଦେଇଥିବା ବୟାନର ଗୋଟିଗୋଟି କରି ପ୍ରମାଣ ନ ଦେବା ଯାଏଁ ସେମାନଙ୍କୁ ଛାଡ଼ିବି ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/mamta.jpg)
