ପ୍ରଚାର ଉପରେ ପ୍ରତିବନ୍ଧକ ଲାଗିବା ପରେ ଆଜି ଦିନ ୧୨ଟାରୁ ଧାରଣାରେ ବସିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ଏକ ନିର୍ବାଚନୀ ସଭାରେ ହିନ୍ଦୁ-ମୁସଲିମଙ୍କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ବୟାନ ଦେବା ପରେ ଗତକାଲି ନିର୍ବାଚନ କମିସନ ନୋଟିସ ପଠାଇବା ସହ ୨୪ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରି ପାରିବେ ନାହିଁ ବୋଲି କହିଥିଲେ। ଗତକାଲି ସନ୍ଧ୍ୟା ୮ଟାରୁ ଏହି ପ୍ରତିବନ୍ଧକ ଲାଗୁ ହୋଇଥିବା ବେଳେ ଆଜି ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ତେବେ ନିର୍ବାଚନ କମିସନଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଆଜି ଦିଦି ଧାରଣାରେ ବସିବେ ବୋଲି ଜଣାପଡ଼ିଛି। ଏନେଇ ଦିଦି ନିଜେ ଟୁଇଟ କରି ଜଣାଇଛନ୍ତି।

ଟୁଇଟରେ ଲେଖାଯାଇଛି ଯେ, ଭାରତ ନିର୍ବାଚନ ଆୟୋଗର ଅଗଣତାନ୍ତ୍ରିକ ତଥା ଅସାମ୍ବିଧାନିକ ନିଷ୍ପତ୍ତିକୁ ବିରୋଧ କରିବା ପାଇଁ ମୁଁ  କୋଲକାତାର ଗାନ୍ଧୀ ମୁର୍ତ୍ତୀରେ ଦିନ ୧୨ଟାରୁ ଧାରଣାରେ ବସିବି।

ଉଲ୍ଲେଖଯୋଗ୍ୟ, ଦିଦି ମୁସଲିମ୍ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ହିନ୍ଦୁ-ମୁସଲମାନ୍ ଶବ୍ଦ ଉଚ୍ଚାରଣ କରିବା ସହ ସଂପ୍ରଦାୟିକ ବିଭାଜନ ସୃଷ୍ଟିକାରୀ ଭାଷଣ ଦେଇଥିଲେ। ଏଥିସହ ଭୋଟରମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳର କର୍ମଚାରୀଙ୍କୁ ଘେରାଉ କରିବା ଲାଗି  ଉସକାଇଥିଲେ। ଏଭଳି କାର୍ଯ୍ୟକଳାପ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନର ଦଣ୍ଡ ସ୍ବରୂପ ଦିଦିଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିସନ।

ସମ୍ବନ୍ଧିତ ଖବର