କୋଲ୍କାତା: ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସମ୍ପ୍ରତି ୨୦୨ ଆସନରେ ଅଗ୍ରଣୀ ରହି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିଜୟ ପଥରେ ଅଗ୍ରସର ହେଉଛି। କିନ୍ତୁ, ଦଳ ବିଜୟାଭିମୁଖୀ ହୋଇଥିଲେ ବି, ନନ୍ଦୀଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ମୁଖ୍ୟ ମମତା ବାନାର୍ଜୀ ତାଙ୍କର ପ୍ରତିଦ୍ବନ୍ଦ୍ବୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପଛୁଆ ରହିଥିଲେ। ସଦ୍ୟତମ ‘ଟ୍ରେଣ୍ଡ୍’ରୁ ମଳିଥିବା ତଥ୍ୟାନୁସାରେ, ସମ୍ପ୍ରତି ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୨୭୦୦ ଭୋଟ୍ରେ ଆଗେଇଛନ୍ତି।
ଗତ ଦୁଇ ପାଳି କୋଲ୍କାତାର ଭବାନୀପୁର ବିଧାନସଭା ନିର୍ବାଚନରୁ ଜିଣି ଥିବା ବାନାର୍ଜୀ ଏଥର ନନ୍ଦୀଗ୍ରାମରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।
Image Courtesy of Zee Newsନିର୍ବାଚନ କମିସନ୍ ୱେବ୍ସାଇଟ୍ରୁ ମିଳିଥିବା ତଥ୍ୟ ଅନୁସାରେ, ତୃଣମୂଳ କଂଗ୍ରେସ ସମୁଦାୟ ୨୦୨ ଆସନରେ ଅଗ୍ରଣୀ ଥିବା ବେଳେ ବିରୋଧୀ ଦଳ ବିଜେପି ମାତ୍ର ୭୭ଟି ଆସନରେ ଆଗୁଆ ରହିଛି। ସମୁଦାୟ ୮ଟି ପର୍ଯ୍ୟାୟରେ ଶେଷ ହୋଇଥିବା ଏହି ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୯୪ଟି ଆସନରେ ପ୍ରାର୍ଥୀ ଦେଇଥିଲା।
Image Courtesy of Zee Newsବିଜୟୋଲ୍ଲାସରେ କୋଲ୍କାତାର କାଳୀଘାଟରେ କେତେକ ତୃଣମୂଳ କଂଗ୍ରେସ କର୍ମୀ ସମବେତ ହୋଇଥିବା ଦୃଶ୍ୟାବଳି ଏବଂ ତାମିଲନାଡୁରେ ଡିଏମ୍କେ ମୁଖ୍ୟାଳୟ ବାହାରେ କର୍ମୀମାନେ ସମବେତ ହୋଇଥିବା ଦେଖି ନିର୍ବାଚନ କମିସନ୍ ସବୁ ରାଜ୍ୟର ସରକାରମାନଙ୍କୁ ନିର୍ଦେଶ ଦେଇ କହିଛନ୍ତି ଯେ, ସେମାନେ ଅବିଳମ୍ବେ ନିର୍ବାଚନ ବିଜୟ ଉତ୍ସବ ପାଳନ ଉପରେ ନିଷେଧାଜ୍ଞା ଜାରି କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/TMC-is-Going-To-Be-Wins-in-WB_Thumbnail.jpg)